ଓଡ଼ିଆ ନବବର୍ଷ ଉପଲକ୍ଷେ ଝୋଟି ପ୍ରତିଯୋଗିତା
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ପାଳନ କରାଯାଇଥିବା ଓଡ଼ିଆ ପକ୍ଷ ଆଜି ସମାପିତ ହୋଇଛି। ଆଜି ଅନ୍ତିମ ଦିବସରେ ଜିଲ୍ଲାପାଳଙ୍କକାର୍ଯ୍ୟାଳୟପରିସରରେ ମହିଳାମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏଥିରେ ଭାଗ ନେଇ ସୁନ୍ଦର ରଙ୍ଗୋଲି ଓ ଚିତା ଅଙ୍କନ କରିଥିଲେ। ଓଡ଼ିଆ ନବବର୍ଷକୁ ଅଧିକ ସ୍ମରଣୀୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କଚେରୀ ଛକଠାରେ ପାରମ୍ପରିକ ପଣା ଜନସାଧାରଣ ଓ ପଥଚାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ସହର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରବୀର କୁମାର ଦେଓ, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଲଳିତ କୁମାର ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ସର୍ବଶ୍ରୀ ପୀତବାସ ମହାନ୍ତ, ଋଷିକାନ୍ତ ମହାନ୍ତ, ମନୋଜ ଦାସ, ଦେବେନ୍ଦ୍ର ରାଉତରାୟ, ମାନସ ସାହୁ, ମନୋରଞ୍ଜନ ବରାଳ, ସୁରେନ୍ଦ୍ର ପ୍ରଧାନ, ପଦ୍ମିନୀ ବେହେରା, ବସନ୍ତ ନାଏକ, ସନ୍ଦୀପ ସାହୁ ଓ ସଞ୍ଜୟ ବେହେରା ପ୍ରମୁଖ ସହଯୋଗ କରିଥିଲେ । ସହସ୍ରାଧିକ ଲୋକ ପଣା ପିଇ ଆତ୍ମସନ୍ତୋଷ ଲାଭ କରିଥିଲେ।


