ଇଣ୍ଡିଆନ ସ୍ପେସ ସାଇନ୍ସ ଅଲମ୍ପିଆଡ ୨୦୨୫ : ଜୁନିୟର ବିଭାଗରେ ପ୍ରଥମ ସ୍ଥାନ ଅଧିକାର କଲେ ଅମୃତାଂଶୁ ପଣ୍ଡା I

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡିହି ବ୍ଳକ ମରୈଗାଁ ଗ୍ରାମର ନୀଳମାଧବ ପଣ୍ଡା ଓ ରଶ୍ମିତା ପାଣିଗ୍ରାହୀଙ୍କ ପୁତ୍ର ତଥା କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ନାତି ଅମୃତାଂଶୁ ପଣ୍ଡା (୧୨) ଇଣ୍ଡିଆନ ସ୍ପେସ୍ ସାଇନ୍ସ ଅଲମ୍ପିଆଡ ୨୦୨୫ ଜୁନିୟର ବିଭାଗରେ ପ୍ରଥମ ସ୍ଥାନ ଅଧିକାର ଅଧ କରିଛନ୍ତି । ସୂଚନାରୁ ଜଣାଯାଇଛି ଯେ  ଅମୃତାଂଶୁ  ହୋଲି କ୍ରସ୍ ସିନିୟର ସେକେଣ୍ଡାରୀ ସ୍କୁଲ, କାପା, ରାଇପୁର ଠାରେ ଷ୍ଟାଣ୍ଡାର୍ଡ ୭ ରେ ଶିକ୍ଷାଗ୍ରହଣ କରୁଛନ୍ତି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବେଙ୍ଗୁଲୁର ଠାରେ ତିନିଦିନ ଧରି ଚାଲିଥିବା ଫାଇନାଲ ଇଣ୍ଡିଆନ ସ୍ପେସ୍ ସାଇନ୍ତି ଅଲମ୍ପିଆଡ  ୨୦୨୫ ରେ ଅମୃତାଂ  ୧ମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ଡାଇରେକ୍ଟର ଅଫ୍ ମେଘାଲୟାନ ଏଣ୍ଡ ଚନ୍ଦ୍ରାୟନ  ମିଶନ ଅଫ୍ ଇଣ୍ଡିଆର ରୀତୁ  କରିଢାଲ ଶ୍ରୀବାସ୍ତବ ମାନପତ୍ର ଓ ମେଡାଲ ପ୍ରଦାନକରି ପୁରଷ୍କୃତ କରିଛନ୍ତି।  ତାଙ୍କର ଏଭଳି ସଫଳତା ପାଇଁ କେନ୍ଦୁଝର ଜିଲ୍ଲା ଓ ବ୍ଳକରେ ନିଜର ସ୍ୱତନ୍ତ୍ର ପରିଚୟ  ସୃଷ୍ଟିକରିବା ସହିତ ରାଜ୍ୟର ଗୌରବ ଆଣିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ