କୁପୋଷଣ ଦୂର କରିବା ପାଇଁ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସେଲ ଅଡିଟୋରିୟମଠାରେ କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥା, ଆଂଚଳିକ କେନ୍ଦ୍ର ଭୁବନେଶ୍ୱର, କିଟ୍ ଭୁବନେଶ୍ୱର, କିସ୍ ଭୁବନେଶ୍ୱର, ନାଇଜର ଭୁବନେଶ୍ୱର, ଉଦ୍ୟାନ ବିଭାଗ କେନ୍ଦୁଝର ଏବଂ ଡିଏମ୍ଏଫ୍ କେନ୍ଦୁଝର ଆନୁକୂଲ୍ୟରେ ଅନୁସୂଚିତ ଜୁଆଙ୍ଗ ଜନଜାତି ଶିଶୁମାନଙ୍କର କୁପୋଷଣ ଦୂର କରିବା ନିମନ୍ତେ ଇନ୍ଦ୍ରଧନୁ ପୃଷ୍ଟିଯୁକ୍ତ ଖାଦ୍ୟ ପାଇଁ ଏକ ଜାତୀୟ ନୀତି ନିର୍ଦ୍ଧାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ ସିଜିଏମ୍ ସଞ୍ଜୟ କୁମାର ତାଲୁକଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ବିଶିଷ୍ଟ ଅତିଥି ଭାବେ ଜାତୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥା, ଥିରୁବନ୍ତପୁରମ ର ନିଦେ୍ର୍ଦଶକ ଡ଼ ଜି. ବୈଜୁ  ଜିଲ୍ଲାରେ କୁପୋଷଣ ଦୂର କରିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଥିଲେ । ଆଦିବାସୀ ଅଧ୍ୟୁଷିତ ବାଂଶପାଳ,ତେଲକୋଇ,ହରିଚନ୍ଦନପୁର ବ୍ଲକ ସମେତ ଅନ୍ୟ ବ୍ଲକ ଅଂଚଳରେ କୁପୋଷଣ ଦୂର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଶେଷ କରି ଜୁଆଙ୍ଗ ଜନଜାତି ବସବାସ କରୁଥିବା ଅଂଚଳରେ ଅଧିକ ଦୃଷ୍ଟି ଦିଆଯିବ । ଏଥିପାଇଁ କେନ୍ଦୁଝରରେ ଖୁବଶୀଘ୍ର ଟେକନୋ ଇନକୁଭେସନ ସେଂଟର(ଟିଆଇସି) ସେଂଟର ସ୍ଥାପନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ସିଟିସିଆରଆଇ ର ପ୍ରମୁଖ ବୈଜ୍ଞାନିକ ଡ଼ ପି. ଶିବକୁମାର ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦ୍ୟାନ କୃଷି ବିଭାଗ ଉପନିଦେ୍ର୍ଦଶକ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀ,ଉଦ୍ୟାନ କୃଷି ବିଭାଗ ସହକାରୀ ନିଦେ୍ର୍ଦଶକ ଗୋବିନ୍ଦ ଚନ୍ଦ୍ର ମେହେର ସମ୍ମାନିତ ଅତିଥି ଭାବ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା,ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ଓ ବିଭିନ୍ନ ଅଂଚଳରୁ କୃଷକ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସିଟିସିଆର୍ଆଇ ର ମୁଖ୍ୟ ନିଦେ୍ର୍ଦଶକ ଶିଶୁର କୁପୋଷଣ ଦୂର କରିବା ପାଇଁ ହାତକୁ ନିଆଯାଇଥିବା ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ କୃଷକ ବନ୍ଧୁ, ଅଙ୍ଗନୱାଡି କର୍ମୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମିଳିତ ଭାବେ ସୁଚିନ୍ତିତ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଥିଲେ । ସିଟିସିଆର୍ଇ ର ଓଡିଶା ମୁଖ୍ୟ ଡ଼ା ନେଦମ ଚେରିଅନ କହିଥିଲେ ଆମେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁର କୁପୋଷଣ ଦୂର କରିବା ପାଇଁ ଆବଶ୍ୟକ ବୈଷୟିକ ପରାମର୍ଶ, କ୍ଷେତ୍ର ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ