ଗଜପତିରେ ସିୟୁଟିଏମରେ ଶିଳ୍ପ-ଶିକ୍ଷା ସଂଯୋଗ ସମ୍ମିଳନୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କ୍ୟାମ୍ପସ୍ ଅନ୍ତର୍ଗତ ଏମ୍.ଏସ୍. ସ୍ବାମୀନାଥନ୍ ସ୍କୁଲ୍ ଅଫ୍ ଏଗ୍ରିକଲ୍ଚରରେ ଶିଳ୍ପ-ଶିକ୍ଷା ସଂଯୋଗ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଶିକ୍ଷା ଓ ଶିଳ୍ପ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କୃଷି ଓ ସମ୍ବନ୍ଧିତ କ୍ଷେତ୍ରର ୧୬ପ୍ରମୁଖ କମ୍ପାନୀର ପ୍ରତିନିଧ୍ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଏମ୍ସ୍ଏସ୍ ସ୍ବାମୀନାଥନ୍ ସ୍କୁଲ ଅଫ୍ ଏଗ୍ରିକଲ୍ଚରର ପ୍ଲେସମେଣ୍ଟ୍ ଏବଂ ଆଡମିସନ୍ର ଏସୋସିଏଟ୍ ଡିନ୍ ଡ଼ . ବିନୟକୁମାର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ I ରେଜିଷ୍ଟ୍ରାର ଡ଼. ଅନୀତା ପାତ୍ର, ଏବଂ ଡିନ୍ (କୃଷି) ଡ଼ ସାଗର ମୈତ୍ର ଯୋଗ ଦେଇଥିଲେ I ଉଦ୍ଘାଟନୀ କାର୍ଯ୍ୟକ୍ରମ ଶେଷରେ ଡିନ୍ (ପ୍ରଶାସନ) ଡ଼. ଏସ୍. ପି. ନନ୍ଦା, ଧନ୍ୟବାଦ ଅର୍ପଣ କରିଥିଲେ I ଶିକ୍ଷା ଓ ଶିଳ୍ପ କ୍ଷେତ୍ରର ବକ୍ତବ୍ୟ ରଖୁଥିଲେ I ପଶ୍ଚିମବଙ୍ଗର ବିଧାନ ଚନ୍ଦ୍ର କୃଷି ବିଶ୍ବବିଦ୍ୟାଳୟର ପ୍ଲେସ ମଣ୍ଟ୍ ସେଲ୍ର ଅଧ୍ୟକ୍ଷ ୟୁ ଥାପା, ପାରାଦୀପ ଫସଫେରଟ୍ପର ଡିଜିଏମ୍ (ମାର୍କେଟିଂ) ଡ଼.ବିଶ୍ବଜିତ୍ ନନ୍ଦା ଶିଳ୍ପର ଆବଶ୍ୟକତା, କୌଶଳ, ବିକାଶ ଓ ନିଯୁକ୍ତି ସମ୍ଭାବନା ବିଷୟରେ ଆଲୋକପାତ କରିଥିଲେ। ଶେଷରେ ସିୟୁଟିଏମ୍ର ଉପରେଜିଷ୍ଟ୍ରାର (ଟ୍ରେନିଂ ଏବଂ ପ୍ଲେସମେଣ୍ଟ) ଡ଼. ଏସ୍. କାମେଶ୍ଵର ରାଓ ଧନ୍ୟବାଦ ପ୍ରଦାନ କରିଥିଲେ I


