ଚିକିତ୍ସାଧୀନ ଅବସ୍ଥାରେ ଆହତଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗରେ ଦୁଇ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀ ନାରାୟଣ ପୁର ଗ୍ରାମର ଅଶୋକ କୁମାର ସାହୁଙ୍କୁ ହତ୍ଯା ଅଭିଯୋଗରେ ନୂଆଗାଁ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ପାଇକରାୟ (କାଲାପଙ୍କା) ଗ୍ରାମର ସୁକାନ୍ତ ରଇତ ଏବଂ ହେମନ୍ତ ରଇତ।ଶୁକ୍ରବାର ଦିନ ଦୁଇ ଅଭିଯୁକ୍ତଙ୍କୁ ନୂଆଗାଁ ଥାନା କେଶ୍ ନମ୍ବର ୨୭୦/୨୫ ପ୍ରକାରେ ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହୋଇ ଦୁହିଁଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ସୂଚନା ପ୍ରକାରେ ଗତ ୧୦.୭.୨୫ ତାରିଖ ସକାଳେ ଅଶୋକ ଗୌଡଗାଁ ନିକଟ ଦାଉଣି ଛକରେ ଛିଡା ହୋଇଥିବା ସମୟରେ ଦୁଇ ଗିରଫ ଅଭିଯୁକ୍ତ ଓ ସେମାନଙ୍କ କିଛି ସହଯୋଗୀ ସେଠାରେ ପହଞ୍ଚିଥିଲେ।ସେମାନେ ଆଣିଥିବା ବାଇକରେ ଅଶୋକଙ୍କୁ ଜୋର ଜବରଦସ୍ତ ବସାଇ ନିକଟସ୍ଥ ମାଙ୍କଡଡିଆଁ ଜଙ୍ଗଲକୁ ନେଇ ଯାଇଥିଲେ।ସେଠାରେ ସମସ୍ତ ଅଭିଯୁକ୍ତ ମିଶି ଅଶୋକଙ୍କୁ ଗଞ୍ଜେଇ ମହଜୁଦ ସମ୍ପର୍କରେ ପଚାରିବା ସହ ସେ ଜାଣି ନଥିବା କହିବା ପରେ ତାଙ୍କୁ ନିସ୍ତୁକ ମାଡମାରି ହତ୍ଯାଉଦ୍ଯମ କରିଥିଲେ।ସେ ଯନ୍ତ୍ରଣାରେ ଛଟପଟ ହୋଇ ପାଟି କରିବା ପରେ ଅଭିଯୁକ୍ତ ମାନେ ତାଙ୍କୁ ଗାମୁଛାରେ ବାନ୍ଧି ବାଇକରେ ଆଣି ଗ୍ରାମର ଲଣ୍ଡା ଓରଫ ତ୍ରିଲୋଚନ ସାହୁଙ୍କ ବାରଣ୍ଡାରେ ପକାଇ ଚାଲି ଯାଇଥିଲେ। ଅଶୋକ ସମସ୍ତ ବିଷୟ ଘର ଲୋକଙ୍କୁ ଓ ଗାଁର କିଛି ଲୋକଙ୍କୁ କହିବା ପରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା।ପ୍ରଥମେ ବମକୋଇ, ପରେ ବ୍ରହ୍ମପୁର ଏମକେସିଜି ଏବଂ ସେଠାରୁ ଭୂବନେଶ୍ୱର ଏମସ୍ ନିଆଯାଇ ଚିକିତ୍ସା କରାଯାଇଥିଲା।ତଥାପି ଅବସ୍ଥାରେ ସୁଧାର ନଆସିବା ଯୋଗୁଁ ତାଙ୍କୁ ଶେଷରେ ବ୍ରହ୍ମପୁର ସମ୍ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗତ ବୁଧବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି କିଶୋର ଚନ୍ଦ୍ର ସାମଲ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ