ଇନଷ୍ଟାଗ୍ରାମ ପ୍ରେମ ମହଙ୍ଗା ପଡିଲା : ଯୁବକ ଓ ମହିଳା ଅଟକ

ହାଟଡିହି (ବିକାଶ ବିଶ୍ବାଳ): ଇନଷ୍ଟାଗ୍ରାମରୁ ପ୍ରେମ କରିବା ମହଙ୍ଗା ପଡିଲା ଯୁବକଙ୍କ ପାଇଁ, ରାତିସାରା ଯୁବକ ଓ ମହିଳାକୁ ଅଟକ ରଖି ଗାଁରେ ବସିଲା ପଞ୍ଚାୟତ। ଖବର ପାଇ ପହଞ୍ଚିଲା ପୁଲିସ ଟିମ୍। ପଞ୍ଚାୟତରୁ ଯୁବକ ଓ ମହିଳାଙ୍କୁ ଉଠାଇ ନେବାକୁ ପୁଲିସ ଉଦ୍ୟମ କରିବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ପୁଲିସ ଗାଡିକୁ ମଧ୍ଯ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ହାଟଡିହି ବ୍ଲକ ଆନନ୍ଦପୁର ଥାନା ଅକରୁଆ ଗ୍ରାମରେ। ୭ ବର୍ଷ ପୁର୍ବେ କୋଚିଆନେଣ୍ଡି ଗ୍ରାମର କୌଶଲ୍ୟା ମହାଳିକ ନାମକ ଜଣେ ମହିଳା ଭଲପାଇ ବିବାହ କରିଥିଲା ଗାଁର ମାନସ ମହାଳିକଙ୍କୁ। ଏବେ ତାଙ୍କର ଗୋଟିଏ ୫ବର୍ଷର ପୁଅ ଅଛି। ଦୁଇ ବର୍ଷ ତଳେ ସୋସୋ ଥାନା ବିଦ୍ୟାଧରପୁର ଠାକୁର ପାଟଣା ଗ୍ରାମର ମାନସ ଦେହୁରୀ ନାମକ ଜଣେ ଯୁବକ ସହିତ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢିଉଠିଲା। ମହିଳା ଜଣକ ବିଦ୍ୟାଧରପୁର ସ୍ଥିତ ପିଉସା ଘରକୁ ବୁଲି ଯାଇଥିବା ବେଳେ ସେଠାରେ ପ୍ରେମିକ ମାନସ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଯେତେବେଳେ ଉଭୟ ଚାହାନ୍ତି ସେତେବେଳେ ସ୍ୱାମୀର ଅଜାଣତରେ ବନ୍ଧୁଘର ବୁଲିଯିବା  ବୁଲିଯିବା ବାହାନାରେ ମହିଳା ଜଣକ ଯୁବକପାଖକୁ ଯାଇ ଶାରିରୀକ ସମ୍ପର୍କରଖିଲା। ଯୁବକ ଜଣକ ମଧ୍ୟ ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି ଭାଇରାଲ କରିବାର ଭୟ ଦେଖାଇ ମହିଳାଙ୍କୁ ବିଭିନ୍ନ ସ୍ଥାନକୁ ଡକାଇ ଶାରିରୀକ ସମ୍ପର୍କ ରଖି ଆସୁଥିଲା ବୋଲି  ଏପରିକି ତାଙ୍କ ଘରକୁ ଆସି ସମ୍ପର୍କୀୟ ଭାଇ ବୋଲି ପରିଚୟ ଦେଇ ରାତ୍ରୀ ଯାପନ କରୁଥିଲା। ଏପରିକି ରବିବାର ଦିନ  ମହିଳା ଜଣଙ୍କ କଟକ ଯାଇ ଯୁବକଙ୍କ ସହିତ ମିଶିବା ପରେ ରାତିରେ ଯୁବକ ସହିତ ଘରକୁ ଫେରିଥିଲା। ଘର ଭିତରେ ଗୋଟିଏ ବିଛଣାରେ ବସି ଉଭୟ କଥାବାର୍ତ୍ତା ହେଉଥିବା ସମୟରେ ମହିଳାଙ୍କ ପରିବାର ଲୋକେ ବାହାରପଟୁ କବାଟ ବନ୍ଦକରିଗାଁ ଲୋକଙ୍କୁ ଡାକିଥିଲେ। ଏନେଇ ରାତିସାରା ଗାଁରେ ପଞ୍ଚାୟତ ବସିଥିଲା। ଗାଁର ଭଦ୍ରଲୋକ ମାନେ ଯୁବକକୁ ପଚରା ଉଚୁରା କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ଡ଼କାଇଥିଲେ। ଯୁବକଙ୍କ ପରିବାର ଲୋକେ ଗାଁକୁ ନଆସି ପୁଲିସକୁ ଖବର ଦେଇ ତାଙ୍କ ପୁଅକୁ ଉଦ୍ଧାର କରିବା ପାଇଁ କହିଥିଲେ। ଆନନ୍ଦପୁର ପୁଲିସ ପହଞ୍ଚି ପଞ୍ଚାୟତ ଭିତରେ ବସିଥିବା ମହିଳା ଓ  ଯୁବକକୁ ଉଠାଇ ଆଣିବାରୁ ଉତେଜନା ପ୍ରକାଶ ପାଇବା ସହ ଗାଁ ଲୋକେ ପୁଲିସ ଗାଡିକୁ ଛାଡି ନଥିଲେ। ରାତି ପାହିବା ପରେ ପୁଲିସ ବାଧ୍ୟ ହୋଇ ଫେରିଯାଇଥିଲା। ଏତେ ସବୁ କାଣ୍ଡ ପରେ ମହିଳାଙ୍କୁ ପାଖରେ ରଖିବାକୁ ସ୍ବାମୀ ମନା କରିଦେଇଥିଲା। ମହିଳା ଜଣକ ସ୍ୱାମୀ ସହିତ ନରହି ପ୍ରେମିକ ପାଖରେ ରହିବ ବୋଲି କହିବା ପରେ ଉଭୟଙ୍କ ଚୁକ୍ତିନାମା ଲେଖି ଗ୍ରାମବାସୀ ମାନେ ଯୁବକ ଓ ମହିଳାଙ୍କୁ ନେଇ ଥାନାକୁ ଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ