ପରୀକ୍ଷା କେନ୍ଦ୍ରରେ ୩୦ ମିନିଟ ପୂର୍ବରୁ ପହଞ୍ଚିବାକୁ ନିର୍ଦେଶ

କଟକ (ଓ୍ବାଇଏନଏସ): କେନ୍ଦ୍ରୀୟ ଲୋକସେବା ଅୟୋଗଙ୍କ ଦ୍ଵାରା ଆସନ୍ତା ତା ୧୩.୦୪.୨୦୨୫ରିଖ (ରବିବାର ) NDA & NA (I) ,2025 ପରୀକ୍ଷା ଅନୁଷ୍ଠିତ ହେବ l ଦିବା ୧୦.୦୦ ଘଟିକା ଠାରୁ ୧୨.୩୦ ଘଟିକା ପର୍ଯ୍ୟନ୍ତ (ପ୍ରଥମ ପେପର) ଏବଂ ଅପରାହ୍ନ ୨.୦୦ ଘଟିକାରୁ ୪ ଘଟିକା ୩୦ ମିନିଟ୍ ପର୍ଯ୍ୟନ୍ତ (ଦ୍ବିତୀୟ ପେପର) ଲିଖିତ ପରୀକ୍ଷା ହେବାକୁ ସ୍ଥିର କରାଯାଇଛି l ସେହିପରି ଉକ୍ତ ଦିନ CDS(I) ୨୦୨୫ ଲିଖିତ ପରୀକ୍ଷାର ୩ ଟି ପେପର ଯଥାକ୍ରମେ ଦିବା ୯.୦୦ ଘଟିକାରୁ ୧୧ ଘଟିକା, ୧୨.୩୦ ଘଟିକାରୁ ୨.୩୦ ଘଟିକା ଏବଂ ଅପରାହ୍ନ ୪.୦୦ ଘଟିକାରୁ ୬.୦୦ ଘଟିକା ପର୍ଯ୍ୟନ୍ତ ହେବାକୁ ଯାଉଅଛି l କଟକର ମୋଟ୍ ୮ ଗୋଟି ପରୀକ୍ଷା କେନ୍ଦ୍ରରେ NDA & NA (I) ,2025 ଏବଂ ୬ ଗୋଟି ପରୀକ୍ଷା କେନ୍ଦ୍ରରେ CDS(I) ୨୦୨୫ ଲିଖିତ ପରୀକ୍ଷା ଅନୁଷ୍ଠିତ ହବ l କେନ୍ଦ୍ରୀୟ ଲୋକସେବା ଅୟୋଗଙ୍କ ପ୍ରଣୀତ ନିୟମ ଅନୁସାରେ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଦ୍ଵାର ବନ୍ଦ୍ କରାଯିବ ଏବଂ କୌଣସି ପରୀକ୍ଷାର୍ଥୀଙ୍କୁ ଉକ୍ତ ସମୟରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ l ନିର୍ଦ୍ଧାରିତ ସମୟ ପରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ପରୀକ୍ଷା ପରିଚାଳନା କରୁଥିବା କୌଣସି ଅଧିକାରୀଙ୍କୁ ଇଛାମୁଳକ ସାମର୍ଥ୍ୟ ଦିଆଯାଇନାହିଁ l ଏଣୁ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଉକ୍ତ ପରୀକ୍ଷା ଦେବାକୁ ସ୍ଥିରୀକୃତ ହୋଇଥିବା ପରୀକ୍ଷାର୍ଥୀମାନେ ନିଜ ନିଜର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହେବାର ଅତି କମରେ ୩୦ ମିନିଟ୍ ପୂର୍ବରୁ ପ୍ରବେଶ କରିବାକୁ ଅନୁରୋଧ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ