ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଧରଣୀଧର ବିଶ୍ଵବିଦ୍ୟାଳୟ ଦ୍ଵାରା ଆୟୋଜିତ କ୍ରିଡ଼ା ପ୍ରତିଯୋଗିତା ର ଚତୁର୍ଥ ଦିନ।  ଶଙ୍କର ପୁର ଖେଳ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି ଫୁଟ ବଲ ଫାଇନାଲ ମ୍ୟାଚ୍ ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି। ଧରଣୀଧର ମେଡିକାଲ କଲେଜରେ ରେ ଅନୁଷ୍ଠିତ ବସ୍କେଟ ବଲ ପୁରୁଷ ବିଭାଗ ଫାଇନାଲ ମ୍ୟାଚ୍ ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ବଲପୁର ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି। ମହିଳା ଫାଇନାଲ ମ୍ୟାଚ୍ ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଖୋଲିକଟ ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛ।  କ୍ୟାରମ୍ ପ୍ରତିଯୋଗିତା ର ପୁରୁଷ ଫାଇନାଲ ମ୍ୟାଚ୍ ରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଖୋଲିକୋଟ ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି ଓ ମହିଳା ଫାଇନାଲ ମ୍ୟାଚ୍ ରେ ଉତ୍କଳ ବିଶ୍ଵବିଦ୍ୟାଳୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵ ବିଦ୍ୟା କୁ ପରାସ୍ତ କରିଛି।ଚେସ ପ୍ରତିଯୋଗିତା ର ପୁରୁଷ ବିଭାଗ ରେ ଉତ୍କଳ ବିଶ୍ଵବିଦ୍ୟାଳୟ ଫକୀର ମୋହନ ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି। ମହିଳା ବିଭାଗ ରେ ଫକୀର ମୋହନ ବିଶ୍ଵବିଦ୍ୟାଳୟ ରେଭେନ୍ସା କୁ ପରାସ୍ତ କରିଛି।ବ୍ୟାଡମିଣ୍ଟନ ଫାଇନାଲ ପୁରୁଷ ବିଭାଗ ସିଙ୍ଗେଲ ରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ରେଭେନ୍ସା ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଥିବା ବେଳେ ମହିଳା ଫାଇନାଲ ରେ ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ବଲପୁର ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି। ଡବଲ ମେନ୍ ରେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ପରାସ୍ତ କରିଥିବା ବେଳେ ଓମେନ୍ ରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଉତ୍କଳକୁ ପରାସ୍ତ କରିଛି।ଟେବୁଲ୍ ଟେନିସ ମେନ୍ ରେ ଉତ୍କଳ ବିଶ୍ଵବିଦ୍ୟାଳୟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁ ପରାସ୍ତ କରିଛି। ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ ପ୍ରଥମ ଥର ପାଇଁ ଆକର୍ଷଣୀୟ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ମହିଳା ଫାଇନାଲ ମ୍ୟାଚ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ କୁ ୨/୦ ରେ ପରାସ୍ତ କରିଛି। ଚାମ୍ପିଅନ ହୋଇଥିବା ସମସ୍ତ ଟିମ୍ କୁ ଆଜି ଉଦଯାପନୀ ଉତ୍ସବରେ ରେ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ