ଚନ୍ଦ୍ରଭାଗା ଠାରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ

କୋଣାର୍କ  (ଗଣେଶ ଚନ୍ଦ୍ର ବେହେରା) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜଙ୍ଗଲ ,ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଏକ ସଚେତନତା ଶୋଭାଯାତ୍ରା ସହ ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ସମ୍ପର୍କରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ଓ ବିଭିନ୍ନ ସଙ୍ଗଠନ ଦ୍ଵାରା ଏକ ମେଗା ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରଦୂଷଣ ମୁକ୍ତ ବେଳାଭୂମି ପାଇଁ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବ୍ୟବସାୟୀ ମାନେ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୋଣାର୍କ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେଉରି , ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ସଦସ୍ୟ ସ୍ମୃତି ରଞ୍ଜନ ପ୍ରଧାନ , କୋଣାର୍କ ଏନ ଏସି ନିର୍ବାହୀ ଅଧିକାରୀ ପ୍ରଣବ୍ କୁମାର ଚାନ୍ଦ, ଜବାହର ନବୋଦୟ ବିଦ୍ୟାଳୟ ଅଧକ୍ଷ ଡକ୍ଟର ବିଶ୍ଵନାଥ ଖିଲାର , ସମାଜ ସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ପରିବେଶକୁ କିପରି ସ୍ୱଚ୍ଛ ଓ ସୁନ୍ଦର ଗଢ଼ିବା ପାଇଁ ବାର୍ତ୍ତା ଛିଞ୍ଚନ କରିଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ