ରେଭେନ୍ସା ବିଶ୍ବବିଦ୍ୟାଳୟ ଇଂରାଜୀ ବିଭାଗରେ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

କଟକ,(ଓ୍ବାଇଏନଏସ): ରେଭେନ୍ସା ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ ଆୟୋଜିତ “ ଭଏସେସ୍ ଫ୍ରମ୍ ମାର୍‌ଜିନସ୍: ଲୋକାଲ୍ ଏଣ୍ଡ୍ ଗ୍ଲୋବାଲ୍ ପର୍‌ସ୍ପେକ୍‌ଟିଭ୍ସ୍” ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନ ସମାରୋହର ଆରମ୍ଭ ମହାରାଣୀ ସାହେବା ଶ୍ରୀମତୀ ପାର୍ବତୀ ଦେବୀଙ୍କ ଆଗରେ ଦ୍ବୀପ ପ୍ରଜ୍ଵଳନ କରିବା ପରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ସ୍ଵାଗତ ସଙ୍ଗୀତ ସମାରୋହକୁ ଭାବବିହ୍ବଳ କରିଥିଲା । ସମ୍ମିଳନୀର ନିର୍ଦ୍ଦେଶକ ପ୍ରଫେସର ଖଗେନ୍ଦ୍ର ସେଠୀ ସ୍ୱାଗତ ଭାଷଣରେ ସମାଜର ପ୍ରାତ୍ତିକ ସ୍ୱରକୁ ସାହିତ୍ୟ ଓ ସଂସ୍କୃତି ମାଧ୍ଯମରେ ଆଗକୁ ଆଣିବାର ଆବଶ୍ୟକ‌ତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ସମ୍ମୁଳନ ସଂଯୋଜକ ପ୍ରଫେସର ସମ୍ବିତ ପାଣିଗ୍ରାହୀ ଅତିଥ୍ ପରିଚୟ ଦେଇ ସମ୍ମାଳନର ଉଦ୍ଦେଶ୍ୟ ବ୍ୟାଖ୍ୟା କରିଥିଲେ । ମୁଖ୍ୟଅତିଥ୍ ପ୍ରସିଦ୍ଧ କବି, ଲେଖକ ଓ ସମାଲୋଚକ ଡଃ ବାସୁଦେବ ସୁନାନୀ ସାହିତ୍ୟ ମାଧ୍ୟମରେ ପ୍ରାତ୍ତିକ ଲୋକଙ୍କ ଜୀବନ ସତ୍ୟକୁ ବିଶ୍ୱମଂଚରେ ଉପସ୍ଥାପନ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ରେଭେନ୍ସା ବିଶ୍ଵାବିଦ୍ୟାଳୟର ଉପକୂଳପତି (ଭାରପ୍ରାପ୍ତ) ପ୍ରଫେସର ଧର୍ମବ୍ରତ ମହାପାତ୍ର ସମ୍ମିଳନକୁ ଶିକ୍ଷା ଓ ଗବେଷଣାର ଏକ ଗୁରୁତ୍ଵପୂର୍ଣ ମଂଚ ବୋଲି ବର୍ଣ୍ଣନା କରିଥିଲେ । ଆଲୁମିନି ଆସୋସିଏସନ୍ ର ସଭାପତି ଶ୍ରୀ ପ୍ରଦୋଷ ଚନ୍ଦ୍ର ମହାନ୍ତି ଏହି ଆନ୍ତର୍ଜାତୀୟ ସମ୍ମିଳନୀ ରେଭେନ୍ସା ବିଶ୍ଵବିଦ୍ୟାଳୟର ସମାବେଶୀ ଚିନ୍ତାଧାରା, ଶାସ୍ତ୍ରୀୟ ଉତ୍କୃଷ୍ଟତା ଏବଂ ବୌଦ୍ଧିକ ପରମ୍ପରାର ସ୍ପଷ୍ଟ ପ୍ରତିବିମ୍ବ ବୋଲି ଉଲ୍ଲେଖ କରିଥିଲେ । ଏହି ଅବସରରେ ବ୍ଲକ୍ ଅଫ୍ ଅବଷ୍ଟ୍ରାକ୍‌ଟ ବିଭାଗୀୟ ନ୍ୟୁଜ୍‌ଲେଟର ଉଦ୍‌ଘାଟିତ ହୋଇଥିଲା । ପ୍ରଫେସର ସମ୍ବିତ ପାଣିଗ୍ରାହୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଲଣ୍ଡନ ବିଶ୍ଵବିଦ୍ୟାଳୟ, ୟୁକେର ପ୍ରଫେସର ଜେନ୍‌ସ୍‌ ଲେର୍ଚେ, ମାଲେସିଆର ପ୍ରଫେସର ଶର୍ମନି ପାଟ୍ରିସିଆ ଗାବ୍ରିଏଲ, ଟେନେସି ଷ୍ଟେଟ୍ ୟୁନିଭର୍‌ସିଟି, ଆମେରିକାର ପ୍ରଫେସର ଫିଲିପ୍ସଏଡୱାର୍ଡ ଫିଲିପ୍ସସ୍, ବ୍ରାଜିଲର ପ୍ରଫେସର ରେଜିଆନି ଏ ଏସ୍ ଜାକାରିଆସ୍, ବ୍ରାଣ୍ଡିସ୍ ବିଶ୍ଵବିଦ୍ୟାଳୟ, ଆମେରିକାର ପ୍ରଫେସର ଉଲ୍‌କା ଅଞ୍ଜାରିଆ ପ୍ରମୁଖ ତିନିଦିନ ବ୍ୟାପୀ ଏହି ସମ୍ମିଳନୀର ବିଭିନ୍ନ ଅଧିବେଶନରେ ବକ୍ତବ୍ୟ ପ୍ରଦାନ କରିବେ ।କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ପ୍ରତୀକ୍ଷା ତ୍ରିପାଠୀ । ସମ୍ମିଳନୀ ଆୟୋଜନ କମିଟିର ସଦସ୍ୟ ଡଃ ଉର୍ମିଶ୍ରୀ ବେଦମାତା, ଡଃ ଗୁରୁଦେବ ମେହେର, ଡଃ ଦୀପ୍ତି ରଞ୍ଜନ ମହାରଣା, ଡଃ କୃଷ୍ଣପ୍ରଦା ଦାଶ, ଜୟଦେବ ମାଇତି, ଆର୍ଯ୍ୟପ୍ରଭା ନାୟକ, ନିଖଲେଶ ଦାଶ, ଅଭିଷେକ ମେକାପ, ମାନବୀ ମନସ୍ବିନୀ, ଅନିନ୍ଦିତା ଜାହ୍ନବୀ ସ୍ଵରୋ ପ୍ରମୁଖ ସମ୍ମିଳନୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ