ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦୀବସ
ଛତ୍ରପୁର, (ଓ୍ବାଇଏନଏସ): ଆଜି ହେଉଛି ଦିବ୍ୟାଙ୍ଗମାନଙ୍କ ପାଇଁ ଦିନଟିଏ । ଏହି ଦିନ ସାରା ବିଶ୍ୱରେ ପାଳନ ହେଉଛି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦୀବସ । ସମାଜ ତଥା ବିକାଶର ପ୍ରତ୍ୟେକ ସ୍ତରରେ ଭିନ୍ନକ୍ଷମଙ୍କ ଅଧିକାର ତଥା କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୩ କୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦୀବସ ରୂପେ ପାଳନ କରାଯାଇଥାଏ । ଏହି ଦିବସର ମୁଖ୍ୟ ଉଦେଶ୍ୟ ହେଲା ଭିନ୍ନକ୍ଷମ ମାନେ କୈାଣସି ଗୁଣରେ କମ ନୁହନ୍ତି, ତେଣୁ ସମାଜରେ ସଚେତନତା ଜାଗ୍ରତ କରିବା,ସେମାନଙ୍କ କ୍ଷମତାକୁ ବୁଝିବା,ଗ୍ରହଣ କରିବା,ସେମାନଙ୍କର ସଫଳତା,ଆତ୍ମବଳ ଏବଂ ଆତ୍ମବିଶ୍ୱାସକୁ ବୃଦ୍ଧି କରିବା । ସେମାନଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ ଓ ସେମାନଙ୍କ ଅଧିକାର ପ୍ରଦାନ କରିବା ଜରୁରୀ, ସେମାନେ କୈାଣସି ଗୁଣରେ କମ ନୁହନ୍ତି,ସେମାନେ ସବୁବେଳେ ସବୁ କାମରେ ସକ୍ଷମ । ଏହି ଅବସରରେ ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଛତ୍ରପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଯୋଗଦେଇ ପତକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଜିଲପ୍ରଶାସନ ସବୁବେଳେ ଦିବ୍ୟାଙ୍ଗ ପାଇଁ ତତ୍ପର ରହିଛି, ସେମାନଙ୍କ ଯେଉଁଠି ବି ସୁବିଧା ଓ ସହୟତା ଆବଶ୍ୟକ ପଡିବ ପ୍ରଶାସନତାଙ୍କ ସହ ସର୍ବଦା ରହିଛି ବୋଲି ଜିଲାପାଳ କହିଥିଲେ । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି । କାର୍ଯ୍ୟକ୍ରମକୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ । ଜିଲାରୁ ବିଭିନ୍ନ ସ୍ଥାନରୁ ଦିବ୍ୟାଙ୍ଗ ମାନେ ଉପସ୍ଥିତ ଥିଲେ ।


