ଅନ୍ତର୍ଜାତୀୟ ଆଲୋଚନାଚକ୍ରର ଉଦଯାପନ ଉତ୍ସବ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଧରଣୀଧର ବିଶ୍ଵବିଦ୍ୟାଳୟ ରସାୟନ ବିଭାଗ ଆନୁକୁଲ୍ୟରେ “ଶକ୍ତି ଓ ପରିବେଶ  ” ବିଷୟବସ୍ତୁକୁ ଆଧାର କରି ଏକ ଦ୍ଵିଦିବସୀୟ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଡ଼କ୍ଟର ଏସ ସି ଖୋଟୋଇ ଓ ଉତ୍ସବ ର ସଭାପତିତ୍ବ କରିଥିଲେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ଼କ୍ଟର ପ୍ରଭୁ ପ୍ରସାଦ ଦାସ।ଆଜି ଉଦଯାପନୀ ଉତ୍ସବ ରେ ବିଦେଶରୁ ଯୋଗଦାନ କରିଥିବା ବିଷୟ ବିଶେଷଜ୍ଞ ମାନେ ହେଉଛନ୍ତି ପ୍ରଫେସର ଲରେନ୍ସ ବର୍କେଲି ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ, ଓ ଡ଼କ୍ଟର ସଜିତ୍ ମାଝୀ ଆବୁଧାବି ସାଉଦି ଆରବ। ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ରୁ ଯୋଗ ଦେଇଥିବା ବ୍ୟକ୍ତି ମାନେ ହେଉଛନ୍ତି ଡ଼କ୍ଟର ଲୁବୁନା ଶେଖ୍ ଟାଟା ଷ୍ଟିଲ ଜାମସେଦପୁର, ଡ଼କ୍ଟର ଉମାଶଙ୍କର ଓଝା ଆଇ ଆଇ ଟି ଭୁବନେଶ୍ୱର , ମିନମେଣ୍ଟ କନ୍ସଲଟାନସି ର ପରିଚାଳନା ନିର୍ଦ୍ଦେଶକ ଏସ ସି ଖୋଟୋଇ। ଶକ୍ତି ର ସୁରକ୍ଷା ଓ ପରିବେଶ ପ୍ରଦୂଷଣ କୁ ରକ୍ଷା କରିବା ପାଇଁ ସମସ୍ତ ବିଶେଷଜ୍ଞ ମାନେ ମତବ୍ୟକ୍ତ କରିଥିଲେ। ଆଲୋଚନାଚକ୍ର ର ସାରାଂଶ ସଂଯୋଜକ ଯୋଶବନ୍ତ ନାରାୟଣ ସିଂ ବାବୁ ଉପସ୍ଥାପନା କରିଥିବା ବେଳେ ଡ଼କ୍ଟର ଅନୁପମା ଦାସ ଆଲୋଚନା ଚକ୍ର ର ଉପାଦେୟତା ଦର୍ଶାଇ ଥିଲେ ଓ ଡ଼କ୍ଟର ଚନ୍ଦ୍ର ଶେଖର ମହାନ୍ତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆଜି ସମୁଦାୟ ତିନୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା ଓ ସମସ୍ତ ଅଧିବେଶନ ର ସଭାପତିତ୍ବ ଡ଼କ୍ଟର ଶ୍ରୀଧର ସନ୍ୟାସୀ ଖୁବ୍ କୁଶଳତା ର ସହିତ ସମ୍ପାଦନ କରିଥିଲେ। ହାଇବ୍ରିଡ ମୋଡ ( ଅନଲାଇନ୍ ଓ ଅଫଲାଇନ )ରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଦୁଇଶହ ରୁ ଅଧିକ ଛାତ୍ର ଛାତ୍ରୀ ଓ ତିରିଶ ରୁ ଅଧିକ ଗବେଷକ  ସହିତ ବିଭିନ୍ନ ମହାବିଦ୍ୟାଳୟ ରୁ ଅଧ୍ୟାପକ ଓ ଅଧ୍ୟାପିକା  ଏଥିରେ ଯୋଗ ଦାନ କରିଥିଲେ।  କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଡ଼କ୍ଟର ପ୍ରକାଶ ପଲ୍, ଡ଼କ୍ଟର ଡି ଗ୍ରହଚାର୍ଯ୍ୟ,ଶ୍ରୀମତୀ ରୋନିତା ନାୟକ ତଥା ବିଭାଗ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଗଣ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ