ଧରାପଡିଲେ ଆନ୍ତଃରାଜ୍ୟ ସିରିଜ ଚେନ ଲୁଟେରା, 5 ଲୁଟେରା ଗିରଫ

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ପୋଲିସକୁ ମିଳିଛି  ସଫଳତା। କେନ୍ଦୁଝର ପୋଲିସର ନାକେଦମ୍ କରି ରଖିଥିବା ଏକ ଆନ୍ତଃରାଜ୍ୟ ଚେନ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ପୋଲିସ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସହ ପାଞ୍ଚ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ଏଥିସହିତ ସେମାନଙ୍କ ଠାରୁ ସମସ୍ତ ୮ ଟି ସୁନା ଚେନ,୨୧ ଟିମୋବାଇଲ, ୧୪ ଟି ବାଇକ, ୧୧ହଜର ଟଙ୍କା ମଧ୍ୟ ଜବତ କରିଛି ପୋଲିସ।ଗିରଫ ସୁନା ଚେନ ଲୁଟେରା   ପାଞ୍ଚ ଜଣ ହେଲେ ଚିନ୍ମୟ ପ୍ରଧାନ, ବିଜୟ ପ୍ରଧାନ, ଏ ଆସୁ, ଏମ ଅନିଲ ଓ ସୁନିଲ ଦାସ। ଏମାନଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଥିବା ଜିଲ୍ଲା ମୁଖ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଡୁ। ପ୍ରକାଶ ଯେ ଗତ ୧୬ ତାରିଖ ସନ୍ଧ୍ୟା ୬ ଟାରୁ ୮ ଭିତରେ କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ଚେନ ଚୋରି ଅଭିଯୋଗ ହୋଇଥିଲା। ସହରରେ ଏହା ଏତେ ବଡ ଘଟଣା  ହୋଇଥିବା ବେଳେ ପୋଲିସର କାର୍ଯ୍ୟ ନେଇ ସାଧାରଣରେ ଆଲୋଚନାର ବିଷୟ ହୋଇଥିଲା। ଏନେଇ ଜିଲ୍ଲା ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ।  ସିସିଟିଭି ଫୁଟେଜ, ସାଧାରଣ ଗୁଇନ୍ଦା ରିପୋର୍ଟ ଅନୁସାରେ ଜିଲ୍ଲା ପୋଲିସ ଏହି ଘଟଣାର ମୁଖ୍ୟ ସ୍ଥାନରେ ପହଞ୍ଚିଥିଲେ। ଘଟଣାରେ  ପୋଲିସ ଯାଜପୁର ଜିଲ୍ଲାର ଦଶମାଣିଆ, ମୁଣ୍ଡମାଲ ଓ ପୂର୍ବକୋଟର ଗ୍ୟାଙ୍ଗ ସାମିଲ ବୋଲି  ବୋଲି ଜାଣିବାକୁ ପାଇଥିଲା। ଯାଜପୁର ଜିଲ୍ଲା ପୋଲିସ ସହାୟତାରେ କେନ୍ଦୁଝରର ସ୍ଵତନ୍ତ୍ର ଟିମ ଏହି ରାକେଟର ଗ୍ୟାଙ୍ଗ ସଦସ୍ୟ ଙ୍କୁ ଗିରଫ କରିବାରେ ସଫଳ ହୋଇଥି ଲା। ପୋଲିସ ଛାନଭିନରୁ ଜଣାପଡିଛି ଏହି ଆନ୍ତଃରାଜ୍ୟ ଚେନ ଲୁଟେରା ଗ୍ୟାଙ୍ଗ ଓଡିଶା ସହ ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ସେମାନଙ୍କ ରାକେଟ ଚଳାଇଥିବା ଜଣାପଡିଥିଲା। ଏମାନେ ଏକ ହଜାର ଉର୍ଦ୍ଧ୍ବ ଚେନ୍ ଚୋରୀରେ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା। କିଛିଦିନ ତଳେ କେନ୍ଦୁଝର ଟାଉନ୍ ଥାନ ପକ୍ଷରୁ ଏମାନଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା ଅନୁସାରେ  ଯଥାକ୍ରମେ କେସ ନମ୍ୱର୍ ୪୯୧/୨୫ , ୪୯୨/୨୫, ୫୧୫/୨୫, ୫୧୬/୨୫, ୫୧୭/୨୫,୫୧୮/୨୫, ୫୧୯/୨୫,୫୨୦/୨୫ ସେକ୍ସନ ୩୦୯(୪)  ଆଠ ଟି ମାମଲା ରୁଜୁ ହୋଇଥିଲା.ସୋମବାର ଇ ଚାଲାଣ କରାଯାଇଛି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ