ଶସ୍ୟ ଅମଳ କେନ୍ଦ୍ର କୋଠା ରୁ ଲୁହା ଛଡ଼ ଚୋରି

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ଥାନା କାର୍ଯ୍ୟାଳୟ ଠାରୁ ପ୍ରାୟ ୫୦ ମିଟର ଦୂରରେ ୬୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଶସ୍ୟ ଅମଳ କୋଠା ପରିସରରୁ କିଛି ଦୁର୍ବୃତ୍ତ ୪ ଶହ କ୍ଵିଣ୍ଟାଲ ଓଜନର ଲୁହା ଛଡ଼ ଚୋରି କରିଥିବା ଅଭିଯୋଗ ହୋଇଛି। ସୋମବାର ବିଳମ୍ବିତ ରାତିରେ ଏହି ଚୋରି ଘଟଣା ଘଟିଛି।କୋଠା ନିର୍ମାଣ  ଠିକା କାମ ତଦାରଖ କରୁଥିବା ଦିଗପହଣ୍ଡିର ଆଶିଷ କୁମାର ସ୍ବାଇଁ ଏନେଇ ମଙ୍ଗଳବାର ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ