ଲୁହା ପଥର ଚୋରା ଚାଲାଣ ଗାଡି ଜବତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ନୟାଗଡ଼ ସ୍ଥିତ ରେଲୁୱ ସାଇଡିଂରେ ପୂର୍ବରୁ ଗଚ୍ଛିତ ରହିଥିବା ଲୁହା ପଥର କୁ ଚୋରା ଚାଲାଣ କରୁଥିବା ଗାଡି ଜବଦ ହୋଇଥିବା ଜଣାଯାଇଛି। ନୟାଗଡ଼ ରେଲୱେ ସାଇଡିଂ ରେ ଖଣି ଅଞ୍ଚଳରୁ ଲୁହା ପଥର ଆଣି ଏଠାରେ ଗଚ୍ଛିତ ରଖି ଟ୍ରେନ ଯୋଗେ ବିଭିନ୍ନ ସ୍ଥାନକୁ ଲିଜ ନେଇଥିବା ଠିକା ସଂସ୍ଥା ବିଭିନ୍ନ ସ୍ଥାନକୁ ପଠାଇଥାଏ। ସେଠାରେ ଗଚ୍ଛିତ ରହିଥିବା ଲୁହା ପଥର କୁ ଗତକାଲି ରାତିରେ କିଛି ଅସାଧୁ ବ୍ୟକ୍ତି ଚୋରା ଚାଲାଣ କରୁଥିଲା। କିଛି ଗାଡି ଲୋଡ ହୋଇ ଯିବାକୁ ସକ୍ଷମ ହୋଇଥିବା ବେଳେ ଗୋଟାଏ ଗାଡି କୈାଣସି କାରଣରୁ ଅଚଳ ହୋଇ ଯାଇଥିଲା।। ଆଇରନ ଚୋରା ଚାଲାଣ କରୁଥିବା ଗାଡି ଅଚଳ ହୋଇ ପଡିଥିବା ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଜାଣିବା ପରେ ଘଟଣା ସମ୍ପର୍କରେ ବାମେବାରୀ ପୁଲିସ କୁ ଖବର ଦେଇଥିଲେ। ବାମେବାରୀ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆଇରନ ଚୋରା ଚାଲାଣ କରୁଥିବା ଗାଡି କୁ ଜବଦ କରିବା ସହିତ ଆଇନ ଚୋରା ଚାଲାଣ କରିବାରେ କିଏ ସଂପୃକ୍ତ ଅଛି ଏବଂ ଏହା କେଉଁଠି କୁ ଯାଉଥିଲା ଏହାର ତଦନ୍ତ ଜାରି ରଖିଛନ୍ତି।