ନାଉଗାଁ ବ୍ଳକରେ ସାର ବିକ୍ରୟ କେନ୍ଦ୍ରରେ ଅନିୟମିତତା:ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ରାସାୟନିକ ସାର ବିକ୍ରୟ କେନ୍ଦ୍ରରେ ଅନିୟମିତତା ହେଉଥିବା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବ୍ଳକ କୃଷି ଅଧିକାରୀଙ୍କ ମାଧ୍ୟମରେ ଏକ ଅଭିଯୋଗପତ୍ର ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି। ଅଭିଯୋଗ ମୁତାବକ ଜଗତସିଂହପୁର ଜିଲାରେ ୨ଟି ସାର କାରଖାନା ରହିଥିବା ବେଳେ ସାରର ଅଭାବ ନଥିବା ସରକାର କହୁଛନ୍ତି। କିନ୍ତୁ ଉକ୍ତ ବ୍ଳକରେ ସ୍ୱୀକୃତିପ୍ରାପ୍ତ ସାର ଦୋକାନୀମାନେ ମନଇଚ୍ଛା ମୂଲ୍ୟ ବୃଦ୍ଧି କରି ଚାଷୀମାନଙ୍କୁ ସାର ବିକ୍ରିୟ କରୁଛନ୍ତି। ଏପରିକି ସାରର ମୂଳ ମୂଲ୍ୟ ଠାରୁ ଦୁଇ ଗୁଣା ମୂଲ୍ୟ ବୃଦ୍ଧି କରୁଛନ୍ତି। କେତେକ ଅଣ ସ୍ୱୀକୃତିପ୍ରାପ୍ତ ଦୋକାନୀ ମଧ୍ୟ ସାର ବିକ୍ରିୟ କରୁଥିବା ଦେଖାଯାଇଛି। ମୂଲ୍ୟ ବୃଦ୍ଧି ସଂପର୍କରେ ଦୋକାନୀକୁ କହିଲେ ସେମାନେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଆମେ ଅଧିକ ମୂଲ୍ୟ ଦେଇ ସାର କ୍ରୟ କରୁଥିବା ସଫେଇ ଦେଉଛି। ଏସଂକ୍ରାନ୍ତରେ ସଙ୍ଗଠନ ପକ୍ଷରୁ ଗତ ଜୁଲାଇ ୧୪ ରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରାଯାଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ଦେକାନୀମାନେ ସକାଳ ୭ ଟାରୁ ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲୁ ଥିବା ବେଳେ ପୁନର୍ବାର ଅପରାହ୍ନ ୪ଟା ପରେ ଦୋକାନ ଖୋଲା ରଖୁଛନ୍ତି। ଚାଷୀମାନେ ବାଧ୍ୟ ହୋଇ ଅଧିକ ମୂଲ୍ୟରେ ସାର କ୍ରୟ କରିବାକୁ ବାଧ୍ୟ ହେଉଛି। ତେଣୁ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅଧିକ ଦାମରେ ସାର ବିକ୍ରିୟ କରୁଥିବା ଅସାଧୁ ବ୍ୟବସାୟୀ ଓ ବିନା ସ୍ୱୀକୃତିପ୍ରାପ୍ତ ବିକ୍ରିୟ କେନ୍ଦ୍ର ଉପରେ ତଦନ୍ତ କରାଯାଇ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଅଭିଯୋଗରେ ଦର୍ଶାଯାଇଛି। ଉକ୍ତ ଅଭିଯୋଗକୁ ସଂଗଠନର ଜିଲ୍ଲା ସଂଯୋଜକ ଅଶୋକ ସ୍ୱାଇଁ,ନବକିଶୋର ମହାନ୍ତି, କୈଳାଶ ଚନ୍ଦ୍ର ପରିଡା, ଜଗନ୍ନାଥ ସ୍ୱାଇଁ, ସୁବାସ ଦାସ ଆଦି ବ୍ଳକ କୃଷି ଅଧିକାରୀ ଯୁଗସ୍ମିତା ପାତ୍ରକୁ ପ୍ରଦାନ କରିଛନ୍ତି। ଏବିଷୟରେ ବ୍ଳକ କୃଷି ଅଧିକାରୀ ପାତ୍ରଙ୍କୁ ପଚାରିବାରେ ବର୍ତମାନ ଆବଶ୍ୟକ ଅନୁଯାୟୀ ସାର ଗଚ୍ଛିତ ନାହିଁ। ଯେଉଁମାନେ ପୂର୍ବରୁ ସାର ରଖିଥିବେ ସେହି ସାରକୁ ବିକ୍ରି କରୁଥିବେ। ଯଦି ଦାମ ଠାରୁ ଅଧିକ ମୂଲ୍ୟରେ ସାର ବିକ୍ରିୟ କରୁଥିବେ ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ