ଚାଉଳ ବଣ୍ଟନରେ ଅବ୍ୟବସ୍ଥା : ହନ୍ତସନ୍ତ ଗ୍ରାମବାସୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦ୍ର ସରକାର ପ୍ରତି ଗରିବ ପରିବାର ର ସଦସ୍ୟ ମାନଙ୍କୁ ମୁଣ୍ଡ ପିଛା ୫ କେ ଜି ଚାଉଳ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ସରକାର। ଖାଉଟି ଚାଉଳ କୁ କିଛି ସ୍ଥାନରେ ପଞ୍ଚାୟତ ଅଧିନରେ ବଣ୍ଟନ ର ବ୍ୟବସ୍ଥା ରହିଥିବା ବେଳେ ଆଉ କିଛି ସ୍ଥାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ତ ଆଉ କିଛି ସ୍ଥାନରେ ଭ୍ରାମ୍ୟମାଣ ଗାଡ଼ିରେ ଖାଉଟି ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତ ରେ ଠିକଣା ସମୟରେ ଖାଉଟି ଚାଉଳ ମିଳୁନଥିବା ସମ୍ପର୍କରେ ଏହି ପଞ୍ଚାୟତ ର ଧାତିକା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅସନପାଟ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ରହିଥିବା ରାସନ କାର୍ଡ ଧାରୀ ମାନଙ୍କୁ ପଞ୍ଚାୟତ କାର୍ଯ୍ୟ ନିବାହୀ ଅଧିକାରୀ ତରଫରୁ ଚାଉଳ ବଣ୍ଟନ କରା ଯାଉଥିଲା। ଦାୟିତ୍ଵ ରେ ରହିଥିବା ପଞ୍ଚାୟତ କାର୍ଯ୍ୟ ନିବାହୀ ଅଧିକାରୀ ଗତ ମାସ ରେ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। କାର୍ଯ୍ୟରେ ଅବସର ଗ୍ରହଣ କରିବା ପରେ ଏହି ପଞ୍ଚାୟତ କାର୍ଯ୍ୟ ତୁଲାଇବା ପାଇଁ ବ୍ଲକ ପ୍ରଶାସନ ତରଫରୁ ଜଣକୁ ଦାୟିତ୍ଵ ପ୍ରଦାନ କରିଛନ୍ତି। କିନ୍ତୁ ଅବସର ଗ୍ରହଣ କରିଥିବା ପଞ୍ଚାୟତ କାର୍ଯ୍ୟ ନିବାହୀ ଅଧିକାରୀ ସମସ୍ତ ଦାୟିତ୍ବ ନୂତନ ପିଇଓ ଙ୍କୁ ପ୍ରଦାନ କରି ନାହାନ୍ତି। ଅବସର ଗ୍ରହଣ କରିଥିବା ପିଇଓ ଚଳିତ ଥର ଖାଉଟି ସାମଗ୍ରୀ ବଣ୍ଟନ କରୁଛନ୍ତି। ଧାତିକା ଗ୍ରାମବାସୀ କୁ ଦୁଇ ମାସର ଚାଉଳ ଦେବା ପାଇଁ ୩ ଦିନ ହେଲା ଡକା ହେଉଛି। ଧାତିକା ଗ୍ରାମବାସୀ ଆଜକୁ ମିଶାଇ ୩ ଦିନ ହେଲା ଚାଉଳ ନେବା ପାଇଁ ପଞ୍ଚାୟତ ଆସୁଛନ୍ତି ସତ କିନ୍ତୁ ଚାଉଳ ବାଣ୍ଟିବା ପାଇଁ ଦାୟିତ୍ଵ ରେ ରହିଥିବା କର୍ମଚାରୀ ମାନେ ଆସୁ ନାହାନ୍ତି ଯାହା ଫଳରେ ନିରାଶ ହୋଇ ଫେରୁଛନ୍ତି। ଧାତିକା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯଦି ଚାଉଳ ପ୍ରଦାନ କରିବାର ନାହିଁ ତା ହେଲେ ଗ୍ରାମବାସୀ ମାନଙ୍କୁ କାହିଁକି ଚାଉଳ ନେବାକୁ ଖବର ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଧାତିକା ଗ୍ରାମବାସୀ ମାନଙ୍କୁ ତୁରନ୍ତ ଖାଉଟି ଚାଉଳ ଯୋଗାଣ ଦେବା ପାଇଁ ଗ୍ରାମବାସୀ ମିଲି ନାଏକ,ଗୁରାଚାନ୍ଦ ନାଏକ, ସୁକାନ୍ତି ନାଏକ,ମଞ୍ଜୁଲତା ନାଏକ, ପୁଷ୍ପଲତା ନାଏକ,ଅନିତା ନାଏକ,ପ୍ରମିଳା ମହାକୁଡ଼, ସୁଶାନ୍ତ ପାତ୍ର,ବୈଦ୍ୟ ମହାରଣା,ବିଶୁ ମହାରଣା,ଚେତା ନାଏକ ସମେତ ଅନ୍ୟ ଗ୍ରାମବାସୀ ଦାବି କରିଛନ୍ତି। ବ୍ଲକ ପ୍ରଶାସନ ଧାତିକା ଗ୍ରାମବାସୀ ମାନଙ୍କୁ ତୁରନ୍ତ ଚାଉଳ ଯୋଗାଣ ଦେବାର ବ୍ୟବସ୍ଥା କରିବା ପାଇଁ ନିବେଦନ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ