ଦ୍ୱିତୀୟ ବିବାହ କାଳ ହେଲା: ଗଛରେ ଝୁଲି ପଡିଲେ ସ୍ୱାମୀ ଓ ଦ୍ୱିତୀୟ ପତ୍ନୀ
ହାଟଡିହି (ଓ୍ବାଇଏନଏସ): ଦ୍ୱିତୀୟ ବିବାହ କାଳ ସାଜିଲା , ସ୍ୱାମୀ ଓ ଦ୍ୱିତୀୟ ପତ୍ନୀ ଉଭୟେ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ହଦଗଡ଼ ପଞ୍ଚାୟତ ହରଡବାଡ଼ି ଗ୍ରାମରେ। ଗ୍ରାମର ବାଗରାଇ ହାଂସଦା ୪ବର୍ଷ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଗୋଟିଏ ପୁଅ ଅଛି। ବାଗରାଇ ଅନେକ ସମୟରେ ଶ୍ୱଶୁର ଘର ମନୋହରପୁର କୁ ଯାଇଥାଏ। ଯିବା ଆସିବା ଭିତରେ ଶ୍ୱଶୁରଘର ଗାଁ ର ରାଇମଣି ସୋରେନ ନାମକ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲା। ଉଭୟ ପରସ୍ପରକୁ ବିବାହ କରିବା ସହିତ ଦୁଇ ମାସ ପୂର୍ବରୁ ରାଇମଣିଙ୍କୁ ନେଇ ବାହାର ରାଜ୍ୟକୁ ପଳାଇ ଥିଲା ବାଗରାଇ। ଗତ ୧୫ଦିନ ହେଲା ସେମାନେ ଘରକୁ ଫେରିଥିଲେ। ବାପ ଘରେ ଥିବା ପ୍ରଥମ ପତ୍ନୀ ୪ଦିନ ହେଲା ଘରକୁ ଫେରିବା ପରେ ଉଭୟଙ୍କ ଭିତରେ ମନୋ ମାଳିନ୍ୟ ହୋଇଥିଲା। ଏହାକୁ ନେଇ ଆଜି ଗ୍ରାମର ମୁରବି ଶ୍ରେଣୀୟ ଲୋକଙ୍କୁ ନେଇ ବୈଠକ ବସି ମିଳିମିଶି ଚଳିବା ପାଇଁ ଗାଁ ଲୋକେ ପରାମର୍ଶ ଦେଇଥିଲେ। କିନ୍ତୁ କିଛି ସମୟ ପରେ ଉଭୟ ବାଗରାଇ ଓ ଦ୍ୱିତୀୟ ପତ୍ନୀ ରାଇମଣି ନିକଟସ୍ଥ ଏକ ଗଛରେ ବେକରେ ପିନ୍ଧା ଶାଢ଼ୀରେ ରଶି ଲଗାଇ ଝୁଲି ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ପୂର୍ବତନ ସରପଞ୍ଚ ମଦନ ମୋହନ ନନ୍ଦୀ ଘଟଣା ସ୍ଥଳରେ ପହଞ୍ଚି ପୁଲିସ କୁ ଜଣାଇଥିଲେ। ସୋ ସୋ ଥାନା ଆଇ ଆଇ ସି, ବଉଳା ଫାଣ୍ଡି ଅଧିକାରୀ ପ୍ରମୁଖ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


