ହାତୀ ଘୋଡ଼ାଇବା ହେଲା କାଳ : ବୃଦ୍ଧଙ୍କୁ କଚାଡ଼ି ମାରିଲା ଗୋଠଛଡା ଦନ୍ତା ହାତୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ପାଟଣା ବନ୍ୟାଞ୍ଚଳ ଅନ୍ତର୍ଗତ ଦୋଳେଇପଶି ନିକଟରେ  ଗତ ରାତିରୁ ଏକ ଗୋଠଛଡା ଦନ୍ତା ରହିଥିବାବେଳେ ଆଜି ଏହାକୁ ଦେଖିବାକୁ ଏବଂ ଘଉଡ଼ାଇବା ପାଇଁ ବହୁ ଲୋକ ଏଠାରେ ପହଞ୍ଚିଥିଲେ ।ଦନ୍ତା ଟିକୁ ଘୋଡ଼ାଇବା ସମୟରେ ସେହି ରାସ୍ତାଦେଇ ଯାଉଥିବା ଭାଲୁ ପାହାଡି ଗ୍ରାମର  ଗଣେଶ୍ଵର ମହାନ୍ତ (୬୫) ଦନ୍ତା ହାବୁଡ଼ରେ ପଡ଼ିଥିଲେ। ଦନ୍ତାହାତୀ ଟି ଗଣେଶ୍ଵର ମହାନ୍ତଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେବାରୁ ସେ ଗୁରୁତର ହୋଇଥିଲେ ।ବନରକ୍ଷୀ ତପସ୍ୱୀନୀ ନାଏକ ଓ ଅନ୍ୟ କର୍ମଚାରୀ ମାନେ ତାଙ୍କୁ  ଘଟଣାସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ହେଲେ ସେଠାରେ ଡାକ୍ତର ତାଙ୍କୁୁ ମୃତ ଘୋଷଣା କରିଥିଲେ ।ଏନେଇ ତୁରୁମୁଙ୍ଗା ଥାନାରେ ଅପମୃତ୍ୟୁ ମାମଲା ୧୪/ ୨୦୨୫ ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ପୁଲିସ ‌ମୃତକର  ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ