ଜେ ଡେଙ୍ଗାପଦର ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ
ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ଜାଗିରି ଡେଙ୍ଗାପଦର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସେପ୍ଟେମ୍ବର ୧ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ପୋଲସରା ବିଡ଼ିଓ ଶଶୀ ଭୂଷଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଜାଗିରି ଡେଙ୍ଗାପଦର ଓ ମର୍ଦ୍ଦରାଜ ପୁର ଗ୍ରାମର ଜନସାଧାରଣ ମାନେ ଶିବିର ରେ ପହଂଚି ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ। ଏହି ଜନଶୁଣାଣୀରେ ବହୁଳ ମାତ୍ରାରେ ରାସନ କାର୍ଡ ଓ ଭତ୍ତା ଲାଗି ଅଭିଯୋଗ ପତ୍ର ଆସିଥିବା ବେଳେ ଜାଗିରି ଡେଙ୍ଗାପଦର ଠାରୁ ମର୍ଦ୍ଦରାଜ ପୁର ଯିବା ରାସ୍ତାରେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ମାଁ ମାରାଣ୍ଡି ମନ୍ଦିର ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ, ଖାରିବେଢା ବନ୍ଧର ପୁନରୁଦ୍ଧାର ଦ୍ବାରା ଚାଷୀଙ୍କ ପାଇଁ ୨୦୦ ଏକର ଜମିକୁ ଜଳସେଚିତ ହୋଇପାରିବ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ଏତଦ ବ୍ୟତୀତ ଅନ୍ୟାନ୍ୟ ଛୋଟ ମୋଟ ସମସ୍ୟା କୁ ନେଇ ଅଭିଯୋଗ ଆସିଥିଲା । ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ର, ଏବିଡିଓ ସୋନମ୍ ବେହେରା, ସିଡିପିଓ ତିଳୋତ୍ତମା ରାଉତ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ଦେହୁରୀ, ଖାଦ୍ୟଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା, ଗ୍ରାମ୍ଯ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର ତରାଇ, କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ସନୁଜ୍ କୁମାର, ଯନ୍ତ୍ରୀ ଶ୍ରୀକାନ୍ତ ଜେନା, ବ୍ଳକ ପ୍ରାଣୀଧନ ଚିକିତ୍ସକ ଡାକ୍ତର ସୁବାଷ ଜେନା, ବିପିଏମ୍ ସସ୍ମିତା ଦାସ, ସରପଞ୍ଚ ପିତାମ୍ବର ବେହେରା ସମେତ ବିଭିନ୍ନ ବିଭାଗର କର୍ମଚାରୀ ସମେତ ବ୍ଲକର ସମସ୍ତ ଅଧିକାରୀ ସହଯୋଗ କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ କୁମାର ଗୌଡ଼ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


