ଗାଡ଼ିଆର ଭ୍ରମ ସୃଷ୍ଟି କରୁଛି ଜେ.ଡେଙ୍ଗାପଦର ଗ୍ରାମ୍ୟ ଉନ୍ନୟନ ରାସ୍ତା

ପୋଲସରା(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ୨୬ ଗୋଟି ପଞ୍ଚାୟତ ମଧ୍ୟରୁ ଜେ. ଡେଙ୍ଗାପଦର (ଜାଗିଲି ଡେଙ୍ଗାପଦର) ହେଉଛି ଗୋଟିଏ ପଞ୍ଚାୟତ। ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୁରତାରେ ଏହି ପଞ୍ଚାୟତ ଅବସ୍ଥିତି। ମୁଖ୍ୟ ସଡକ କଡରେ ଥିବା ମଥୁରା ଠାରୁ ଆରମ୍ଭ ହୋଇ ଡେଙ୍ଗାପଦର ଯାଏ ନିର୍ମାଣ ହୋଇଛି ଗ୍ରାମ୍ୟ ଉନ୍ନୟନ ରାସ୍ତା। ଦୀର୍ଘ ବର୍ଷ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ମରାମତି ଅଭାବରୁ ରାସ୍ତାରେ ଯାନ ବାହାନ ଯିବା ଦୂର କଥା ଚାଲି ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି। ରାସ୍ତାର ଅବସ୍ଥା ବର୍ଷା ଦିନ କଥା ନକହିବା ଭଲ, ଖରା ଦିନର ଅଦିନିଆ ବର୍ଷାରେ ରାସ୍ତା ମଧ୍ୟରେ ସୃଷ୍ଟି ହୋଇଥିବା ଖାଲୁଅରେ ପାଣି ଜମି ଗାଡ଼ିଆର ଭ୍ରମ ସୃଷ୍ଟି ହେଉଛନ୍ତି। ରାସ୍ତାରେ ଥିବା ଚାରିଗୋଟି କଲଭର୍ଟର ଅବସ୍ଥା ଅତ୍ୟନ୍ତ ଦୟନୀୟ। ବ୍ରିଜ ତଳକୁ ଯାଇ ଦେଖିଲେ  ଛାତାର ତଳ ଭାଗର ସିମେଣ୍ଟ ଝଡ଼ିଯିବା ସହ ଲୁହ ରଡ ଗୁଡ଼ିକ କଳଙ୍କି ଲାଗି ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଅଛି। କେଉଁ ମୁହୂର୍ତ୍ତରେ ତାହା ଭୁଶୁଡି ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଜଳ ଜଳ ଦେଖାଯାଉଛି। ପ୍ରତିଦିନ ଏହି ରାସ୍ତା ଉପରେ ଆଠ ଶହରୁ ଉର୍ଦ୍ଧ୍ବ ପରିବାରର ବ୍ୟକ୍ତି ବୃନ୍ଦ କଲେଜକୁ ପାଠ ପଢି ଯିବାଆସିବା, ହସପିଟାଲକୁ ରୋଗୀ ଓ ଗର୍ଭବତୀ ମହିଳା ଯିବା ଆସିବା, ବେପାର ବଣିଜ ପାଇଁ ଯିବା ଆସିବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯିବା ଆସିବା କରିଥାନ୍ତି। ରାସ୍ତା ଖରାପ ଯୋଗୁଁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟିଥାଏ। ଜନସାଧାରଣ ମୁଖ୍ୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କୁ ଜନସାଧାରଣ ଗୁହାରି ଜଣାଇଥିଲେ ମଧ୍ୟ ତାହା କେବଳ ପ୍ରତିଶୃତିରେ ରହିଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ହୋଇଥିବା ଯୋଗୁଁ ବିଧାୟକ ହାତ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ଖାଲ ଖମା ଗୁଡିକ ମରାମତି ହୋଇପାରନ୍ତା। ହେଲେ ତାହା ମଧ୍ୟ ସମ୍ଭବ ହୋଇପାରିନାହିଁ। ଏହି ରାସ୍ତା ଦୁରବସ୍ଥା ନେଇ ସର୍ବୋଚ୍ଚ ନ୍ୟାୟାଳୟର ଆଡଭୋକେଟ ତଥା ସାମାଜିକ କର୍ମୀ ସୁଶାନ୍ତ ମଳିକ, ଜାତୀୟ ମାନବାଧିକାର ଅଧ୍ୟକ୍ଷ ଓ ମେମ୍ବର ବୃନ୍ଦ ନୂଆଦିଲ୍ଲୀ ଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିବା ସହ ତାହା ଗ୍ରହଣ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ