ବିପଦ ସଙ୍କୁଳ ଅବସ୍ଥାରେ ଜଡିପଦା ସ୍କୁଲ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସଂପ୍ରତି ସରକାର ପ୍ରାଥମିକ ଶିକ୍ଷା କୁ ଅଧିକ ଗୁରୁତ୍ଵ ଦେବା ସହିତ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀର ପିଲା ମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବା ସହିତ ପିଲା ମାନଙ୍କୁ ବିଦ୍ୟାଳୟ ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ପାଠ୍ୟପୁସ୍ତକ, ୟୁନିଫର୍ମ ସହିତ ଅନ୍ୟାନ୍ୟ ସାମଗ୍ରୀ ପିଲା ମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ସତ କିନ୍ତୁ ବିଦ୍ୟାଳୟ ଗୁଡ଼ିକ ରେ ଆବଶ୍ୟକ ଶିକ୍ଷକ ଠାରୁ ଆରମ୍ଭ କରି ଶ୍ରେଣୀ ଗୃହ ନଥିବାରୁ ଆଜି ଅନେକ ବିଦ୍ୟାଳୟ ବିପଦ ସଙ୍କୁଳ ଗୃହ ରେ ଶିକ୍ଷକ ମାନେ ପିଲା ମାନଙ୍କୁ ବସାଇ ଶିକ୍ଷା ଦାନ କରିବା ପାଇଁ ବାଧ୍ୟ ହେଉଛନ୍ତି। ଝୁମ୍ପୁରା ବ୍ଲକ ବସନ୍ତପୁର ପଞ୍ଚାୟତ ର ଜଡିପଦା ପ୍ରାଥମିକ ବିଦ୍ୟାଳୟ ଟି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି। ବିଦ୍ୟାଳୟ ର ଛାତ ଦୁର୍ବଳ ହେବା ସହିତ ଅସରାଏ ବର୍ଷା ହେଲେ ଛାତରୁ ପାଣି ଝରିବା ସହିତ ଛାତରୁ ଟୋପ ଟୋପ ହୋଇ ପାଣି ଝରୁଥିବାରୁ ପିଲାଙ୍କ ପାଠ ପଢାରେ ଘୋର ଅସୁବିଧା ହେବା ସହିତ ବିଦ୍ୟାଳୟ ର ଗୁରୁତ୍ବ ପୂର୍ଣ୍ଣ କାଗଜପତ୍ର ବର୍ଷା ପାଣି ରେ ଭିଜି ନଷ୍ଟ ହୋଇଯାଉଛି। ବିଦ୍ୟାଳୟ ର ଶ୍ରେଣୀ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ଠାରୁ ଆରମ୍ଭ କରି ଅଭିଭାବକ ତଥା ଗ୍ରାମବାସୀ ମାନେ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଏପରିକି ଶିକ୍ଷା ବିଭାଗ ର ଅଧିକାରୀ ମାନଙ୍କୁ ଅବଗତି କରିଥିଲେ ମଧ୍ୟ ଏହି ବିଦ୍ୟାଳୟ ପାଇଁ ଅତିରିକ୍ତ ଶ୍ରେଣୀ ଗୃହ ଯୋଗାଇ ଦେବା ଦିଗରେ ଆଦୈ ଧ୍ୟାନ ଦେଉନଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ପାଇଁ ଅତିରିକ୍ତ ଶ୍ରେଣୀ ଗୃହ ଯୋଗାଇ ଦେବା ଦିଗରେ ପ୍ରଶାସନ କୁଷ୍ଠାବୋଧ କରୁଥିବାରୁ ଦାୟିତ୍ଵ ରେ ରହିଥିବା ଶିକ୍ଷକ ମାନେ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଶ୍ରେଣୀ ଗୃହ ରେ ପିଲା ମାନଙ୍କୁ ବସାଇବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟ ରେ ଶ୍ରେଣୀ ଗୃହ ବିପଦ ସଙ୍କୁଳ ସମେତ ଶିକ୍ଷକ ଅଭାବ ଯୋଗୁଁ ପିଲାଙ୍କ ପାଠ ପଢାରେ ସଂପୂର୍ଣ୍ଣ ବ୍ୟାଘାତ ସୃଷ୍ଟି ହେଉଛି। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ମଧ୍ୟରେ। ୬୪ ଜଣ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। କିନ୍ତୁ ୫ ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ରହିଥିବାରୁ ପିଲାଙ୍କ ପାଠ ପଢାରେ ଘୋର ଅସୁବିଧା ସୃଷ୍ଟି ହେଉଛି। ଜଣେ ଶିକ୍ଷକ ପିଲାଙ୍କ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଅଫିସ କାର୍ଯ୍ୟ କରିବା,ତା ସହିତ ମାସିକ ବୈଠକ ରେ ଯୋଗଦାନ ଦେବା ପ୍ରତିଦିନ ଅଫିସ କାର୍ଯ୍ୟ କରିବା ରେ ସମୟ ଅତି ବାହିତ ହୋଇଯାଉଛି ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକ ଆବଶ୍ୟକ ସମୟ ପାଇ ପାରୁନାହାନ୍ତି। ଏହି ବିଦ୍ୟାଳୟ ପାଇଁ ଅତିରିକ୍ତ ଶ୍ରେଣୀ ଗୃହ ସହିତ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବା ଦିଗରେ ଜିଲା ପ୍ରଶାସନ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଅଭିଭାବକ ମାନଙ୍କ ତରଫରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ