ଜଗନ୍ନାଥ ଡ୍ରାମା କ୍ରିଏସନର ପ୍ରଥମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ର ଅଗ୍ରଣୀ ଡ୍ରାମା ଅନୁଷ୍ଠାନ ଜଗନ୍ନାଥ ଡ୍ରାମା କ୍ରିଏସନର ପ୍ରଥମ ବାର୍ଷିକ ଉତ୍ସବ ମହାସ ମାରୋହ ରେ ପାଳିତ ହୋଇଯାଇଛି l ଏହି ଅବସର ରେ ବ୍ଲକସ୍ତରୀୟ ଚିତ୍ରାଙ୍କନ, ସଂଗୀତ, ନୃତ୍ୟ,ଅଭିନୟ ଏବଂ ଗୃହିଣୀ ମାନଙ୍କ ପାଇଁ ସଂଖଫୁଙ୍ଖା,ହୁଳହୁଳି ରେ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ରିକାପଲ୍ଲୀ ସ୍ଥିତ ଏନ. ଏ. ସି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠାନର ମୁଖ୍ୟ ସୁମନ ପଟ୍ଟନାୟକ ଓ ଝରଣା ପଟ୍ଟନାୟକ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହାକୁ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସର୍ମିଷ୍ଠା ପ୍ରଧାନ ମୁଖ୍ୟ ଅତିଥି ଭାବେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଜି. ପାପା ରାଓ ଯୋଗଦେଇ ଶୁଭଉଦଘାଟନ କରିବା ସହିତ ପ୍ରତିଯୋଗୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ସାମାଜିକ କର୍ମୀ ଅରୁଣ କୁମାର ଶତପଥି,ସମ୍ମାନିତ ଅତିଥି ଭାବେ ଓଡ଼ିଆ ଚଳଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା ବିଶ୍ବଜିତ ସାହୁ, ବରିଷ୍ଠ ସଂଗୀତ ଗୁରୁ ଗଣେଶ ପଟ୍ଟନାୟକ ଓ ଅଭିନେତା ଶ୍ରୀନିବାସ ପଢ଼ିଆରୀ ଯୋଗ ଦେଇ ଅନୁଷ୍ଠାନର କୁନି କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନ ପକ୍ଷରୁ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ଙ୍କୁ ସ୍ୱର୍ଗତ ସୂର୍ଯ୍ୟନାରାୟଣ ପଟ୍ଟନାୟକ ସ୍ମୁତି ସମ୍ମାନ, ଶ୍ରମିକ ନେତା ତଥା ସମାଜସେବୀ ପ୍ରଫୁଲ ପଟ୍ଟନାୟକ ଙ୍କୁ ସ୍ୱର୍ଗତ ଜୋଶ୍ନାରାଣୀ ପଟ୍ଟନାୟକ ସ୍ମୁତି ସମ୍ମାନ, ସଂଗୀତଜ୍ଞ ପ୍ରଫୁଲ ମହାପାତ୍ର ଙ୍କୁ ସ୍ୱର୍ଗତ ରାମଚନ୍ଦ୍ର ପଟ୍ଟନାୟକ ସ୍ମୁତି ସମ୍ମାନ ଓ କଳାପ୍ରେମୀ ତଥା ସଂଗୀତଜ୍ଞ ମରଣତ୍ତର ମାନପତ୍ର ସ୍ୱର୍ଗତ ଜୟକୃଷ୍ଣ ମହାରଣା ଙ୍କ ଧର୍ମପତ୍ନୀ ରୁକ୍ମିଣୀ ମହାରଣା ଙ୍କୁ ବିଜୟା କୁମାରୀ ପଟ୍ଟନାୟକ ସ୍ମୁତି ସମ୍ମାନ ରେ ସମ୍ମାନିତ କରାଯାଇଛି l ପ୍ରାରମ୍ଭରେ ଅନୁଷ୍ଠାନର ନୃତ୍ୟ ଗୁରୁ ଗୌତମ ନାୟକ ଓ ତାନିୟା ରେଡ୍ଡୀ ଙ୍କ ନୃତ୍ୟ ନିର୍ଦ୍ଦେଶନା ରେ ସମ୍ଭଲପୁରୀ, ଆଧୁନିକ ନୃତ୍ୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗୀତର ତାଳେ ତାଳେ ଚିତାକର୍ଷକ ନୃତ୍ୟ ପରିବେଷଣ କରିବାସହ ସହ ପରେ ପରେ ଅନୁଷ୍ଠାନର ମୁଖ୍ୟ ସୁମନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶନା ଓ ରଚନା ରେ କୁନି କୁନି ଶିଶୁ ମାନଙ୍କ ଦ୍ୱାରା ସାମାଜିକ ନାଟକ ” ସଂସ୍କାର ” ପରିବେଷିତ ହୋଇଥିଲା l ଏହା ଦର୍ଶକ ମାନଙ୍କ ମନ ମୋହିଥିଲା l ପରିଶେଷରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର କରାଯିବା ସହ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି,ସାର୍ଟିଫିକେଟ ଦିଆଯାଇଥିଲା l ଅନୁଷ୍ଠାନର ସଭାପତି ବିନେଶ ସାହୁ, ସମ୍ପାଦକ ଦୁର୍ଗା ପ୍ରସାଦ ମାର୍ଥା,ଉପଦେଷ୍ଟା ପ୍ରଶାନ୍ତ କୁମାର ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l


