ମୁନିଗୁଡାରେ ଜଗନ୍ନାଥ କଥାମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡାର ପାଇକସାହିସ୍ଥିତ ଭଲି ବଲ ପଡିଆ ପରିସରରେ ରାଧାଦାମୋଦର ଭାଗବତ ପ୍ରଚାର କମିଟି ତରଫରୁ ଜଗନ୍ନାଥ କଥାମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ବୃନ୍ଦାବନ ରାଧାକୁଣ୍ଡରୁ ପ୍ରବକ୍ତା ମୋଦନ ଗୋପାଳ ଦାସ ମହାରାଜ ପ୍ରବଚକ ଭାବେ ଯୋଗ ଦେଇ ଜଗନ୍ନାଥଙ୍କ ଦିବ୍ୟ ଅଭିର୍ଭାବ,ଲୀଳାମୃତ,ଜଗନ୍ନାଥ ସଂସ୍କୃତି ସହ ବିଭିନ୍ନ ଅବତାର ବିଷୟରେ ପ୍ରତେକଟି ଜ୍ଞାନକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ପ୍ରବଚନ ମାଧ୍ୟମରେ ଲୋକଙ୍କୁ ଶୁଣାଉଛନ୍ତି l ଏଥିସହ ସତ ମାର୍ଗରେ ଚାଲିବା, ଭଗବାନଙ୍କୁ ସ୍ମରଣ କରିବା, ବଡ଼ ଓ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ସହ ବିଭିନ୍ନ ଧାର୍ମିକ ସଚେତନତା ବାର୍ତା ଦିଆଯିବ l ପ୍ରଥମ ଦିନର ପ୍ରବଚକ ଶ୍ରୀ ଦାସ ମହାରାଜଙ୍କୁ ସଂକୀର୍ତନ ମଣ୍ଡଳୀ ସହ ଏକ ବଡ଼ ପଟୁଆରରେ ସହର ପରିକ୍ରମା କରାଯାଇ ପାଇକସାହିସ୍ଥିତ ପ୍ରବଚନ ମଣ୍ଡପ ନିକଟକୁ ଅଣାଯାଇଥିଲା l ଏହି ପ୍ରବଚନ କାର୍ଯ୍ୟକ୍ରମରେ ପ୍ରତେକ ଦିନ ସଂକୀର୍ତନ ମଣ୍ଡଳୀ ସହ ପ୍ରଵକ୍ତା ଶ୍ରୀ ଦାସ ମହାରାଜଙ୍କୁ ମଣ୍ଡପ ନିକଟକୁ ସ୍ୱାଗତ କରାଯିବା ସହ ପ୍ରବଚନ ପରେ ଆଳତୀ କରାଯାଉଛି l ଭକ୍ତ ମାନେ ଭକ୍ତି ଭାବନାର ସହ ନାଚଗୀତ କରି ଆନନ୍ଦ ଉଲ୍ଲାସର ସହ ପ୍ରବଚନକୁ ଉପଭୋଗ କରୁଥିବା ଦେଖାଯାଉଛି l ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ମହା ଆଡମ୍ବରର ସହ ଉଦଯାପନୀ କରାଯିବ ବୋଲି କମିଟିର ଜାମି ମହେଶ ଓ ରଜତ ମହାରଣା ସମେତ ଅନ୍ୟ ସଦସ୍ୟ ମାନେ ପ୍ରକାଶ କରିଛନ୍ତି l ଏହି କଥାମୃତ ମହୋତ୍ସବ ପ୍ରବଚନ କାର୍ଯ୍ୟକ୍ରମରେ ମୁନିଗୁଡାର ମୁନିଖୋଲ,ପାଇକସାହି,ଗୋତିଗୁଡା, ଗୌଡ଼ସାହି, ଖମଣସାହି,ଗୋବର୍ଦ୍ଧନ, ଗତିଗୁଡା, ଟିକରପଡା ସାହି ସହ ଆଖପାଖ ଗ୍ରାମ ତେଲେଙ୍ଗାପଦର,ଗଙ୍ଗରପଡା, ଭୈରବଗଡ଼,କୁଟ୍ରାଗଡ଼ ସହ ବିଭିନ୍ନ ଗ୍ରାମାଞ୍ଚଳର ଜଗନ୍ନାଥ ପ୍ରେମୀ ଓ ଭକ୍ତ ମାନେ ଏହି ପ୍ରଵଚନ ଓ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଛନ୍ତି l ପ୍ରତେକ ଦିନ ଭକ୍ତ ମାନଙ୍କ ପାଇଁ ଅର୍ଣ୍ଣଭୋଗର ଆୟୋଜନ କରାଯାଉଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ରାଧାଦାମୋଦର ଭାଗବତ ପ୍ରବଚନ କମିଟିର ରୁଦ୍ରପ୍ରସାଦ ରତ୍ନାଲୁ,ପ୍ରଭାକର ଲାବଲା,ଅଜିତ ମହାରଣା, ବଂଶୀଧର ନନ୍ଦ,ଦିଲ୍ଲୀପ ସୁବୁଦ୍ଧି, କ୍ଷିତିସ ସାହୁ,ଭେଙ୍କେଟ ରାବଣ, ତରଣୀ ବେହେରା ପ୍ରମୁଖଙ୍କ ସମେତ ପାଇକସାହି ବିଜୁ ପଟ୍ଟନାୟକ ଯୁବ ସଂସଦର ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରୁଛନ୍ତି l


