ଜଗନ୍ନାଥ ମନ୍ଦିରରେ ରକ୍ଷା ବନ୍ଧନ
ହାଟଡିହି (ଓ୍ବାଇଏନଏସ) : ବସନ୍ତିଆ ଜଗନ୍ନାଥ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇଛି। ଏଥିପାଇଁ ସକାଳୁ ସ୍ବତନ୍ତ୍ର ରୀତି ନୀତି ଅନୁଯାଇ ପ୍ରଭୁଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ସହିତ ବିଷ୍ଣୁ ସହସ୍ର ନାମ, ଗୀତାର ପଞ୍ଚଦଶ ଅଧ୍ୟାୟ ଓ ହନୁମାନ ଚାଳିଶା ପାଠ କରାଯାଇଥିଲା। ଏଥିରେ କେନ୍ଦୁଝର ଜିଲ୍ଲା ଚାରଣ ଗୋଷ୍ଠୀର ଜିଲ୍ଲା ସଂଗଠକ ତପନ କୁମାର ନାୟକ , କଳାକର ସାହୁ, ଗୀତାଞ୍ଜଳି ପହି, ନିରଞ୍ଜନ ମହାପାତ୍ର , ସୌରଭ ରଂଜନ ଦାଶ , ପୂଜକ ଆଶୁତୋଷ ତିଆଡି, ମୀନାରାଣୀ ପଣ୍ଡା , ବ୍ରଜରାଜ ବିଶ୍ଵାଳଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦେଇଥିଲେ। ଏହି ଅବସରରେ ଭକ୍ତମାନେ ଠାକୁରଙ୍କ ହାତରେ ଫୁଲରେ ତିଆରି ରାକ୍ଷୀ ବାନ୍ଧି ନାରୀ ସମାଜର ସୁରକ୍ଷା ପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିଲେ।