ଜାଗେଶ୍ୱରୀ ସମବାୟ ସମିତି ବୋର୍ଡ଼ ସଭ୍ୟ ବୈଠକ

କୋଣାର୍କ  (ଗଣେଶ ଚନ୍ଦ୍ର ବେହେରା):କାକଟପୁର ବ୍ଲକ ଅନ୍ତର୍ଗତ କୁରୂଜଙ୍ଗ ଗ୍ରାମପଞ୍ଚାୟତରେ ଥିବା ଜାଗେଶ୍ୱରୀ ସେବା ସମବାୟ ସମିତି ଲିଃ ପକ୍ଷରୁ ମଙ୍ଗଳାବର ପୂର୍ବାହ୍ନରେ ବୋର୍ଡ଼ ସଭ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୋର୍ଡ଼ ସଭାପତି ରଶ୍ମି ରଞ୍ଜନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିଥି ଭାବେ କାକଟପୁର କୋଅପରେଟିଭ୍ ବ୍ୟାଙ୍କ ଶାଖା ପରିଚାଳକ ବାବାଜୀ ଚରଣ ମୁଦୁଲି ଯୋଗ ଦେଇଥିଲେ। ଖରିଫ୍ ଋତୁରେ ଚାଷୀ ମାନଙ୍କ ଧାନ ପଞ୍ଜିକରଣ ପ୍ରକ୍ରିୟା ଓ ନିୟମାବଳୀ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ନୂତନ ମାର୍ଗଦର୍ଶିକା ଅନୁଯାୟୀ ଯୋଗ୍ୟ ଚାଷୀଙ୍କ ନାମ ମଣ୍ଡିରେ ପଞ୍ଜିକରଣ କରାଯିବ। ଯାହା ଫଳରେ ସରକାର ମିଲର୍ ମାନଙ୍କ ଜରିଆରେ ସେବା ସମବାୟ ସମିତି ପକ୍ଷରୁ ଧାନ ସଂଗ୍ରହ କରାଯାଇ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯିବ। ଏହି ବୈଠକକୁ ସେବା ସମବାୟ ସମିତି ସମ୍ପାଦକ କୈବଲ୍ୟ ସେନାପତି ପରିଚାଳନା କରିଥିବା ବେଳେ ବୋର୍ଡ ସଭ୍ୟ ରାମ ଓଝା, କାମିନୀ ବିଶ୍ବାଳ, ପ୍ରକାଶ ବିଶ୍ଵାଳ, ଆଦିତ୍ୟ ସ୍ବାଇଁ, ପ୍ରମିଳା ପରିଡ଼ା, କ୍ଷେତ୍ରବାସୀ ମହାରଣା, ଭାଗ୍ୟବତୀ ସେନାପତି, ରମେଶ ମାହାରୀ, ରମେଶ ସ୍ୱାଇଁ, ଗନ୍ଧର୍ବ ବିଶ୍ବାଳ, ଦାମ କାଣ୍ଡୀ, ଉପେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ଚାଷୀଙ୍କ ପକ୍ଷରୁ ପ୍ରତିନିଧିତ୍ଵ କରିଥିଲେ ବୋଲି ସମ୍ପାଦକ କୈବଲ୍ୟ ସେନାପତି ସୁଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ