ଜାହନ ପବ୍ଲିକ ସ୍କୁଲ ବାର୍ଷିକ ଉତ୍ସବ

କାକଟପୁର/ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ଛାତ୍ର, ଛାତ୍ରୀ ମାନେ ଶୃଙ୍ଖଳିତ ହେବା ସହ ସମର୍ପଣ ଭାବ ନେଇ ଶିକ୍ଷା ପ୍ରତି ପ୍ରତିବଦ୍ଧ ହେଲେ ଜୀବନ ସବୁ କ୍ଷେତ୍ରରେ ସଫଳହେବ ବୋଲି ଜାହନ ପବ୍ଲିକ ସ୍କୁଲ ର ୧୫ତମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି କାକଟପୁର ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଶ୍ରୀଧର ନାୟକ ଯୋଗଦେଇ କହିଛନ୍ତି। ବିଦ୍ୟାଳୟ ଅଧକ୍ଷା ମମତା ମହାପାତ୍ର  ସଭାପତିତ୍ବ ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି କାକଟପୁର ବ୍ଲକ ଅଧକ୍ଷ ଶ୍ରୀଧର ନାୟକ, ମୁଖ୍ୟବକ୍ତା କାକଟପୁର ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ୱାଇଁ, ଜାହନ ପବ୍ଲିକ ସ୍କୁଲର ନିର୍ଦ୍ଧେଶିକା ସୁମିତ୍ରା ପରିଡା  ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜିତ କାର୍ଯ୍ୟକ୍ରମ କୁ ବରେଣ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ଉଦୁଘାଟନ କରିବା ସହିତ ଶିକ୍ଷାଦାନ କ୍ଷେତ୍ରରେ ଛାତ୍ର, ଛାତ୍ରୀ ଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ସ୍ଥିତି ସୁଦୃଢ କରାଯିବା ଉଚିତ ବୋଲି କହିଥିଲେ। ଶୁକ୍ରବାର ସନ୍ଧ୍ୟା ରେ ପୁରୀ ଜିଲ୍ଲା କାକଟପୁର ସ୍ଥିତ ଜାହନ ପବ୍ଲିକ ସ୍କୁଲ ୧୫ତମ ବାର୍ଷିକ ଉତ୍ସବ ରେ ମୁଖ୍ୟବକ୍ତା ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ ନିଜ ବକ୍ତବ୍ୟ ରେ ଶିକ୍ଷା କିଭଳି ଭାବେ ଜଣେ ମଣିଷ କୁ ସମାଜ ସଠିକ ପଥରେ ବାଟ କଢାଇ ନିଏ ସେ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଜଗତସିଂହପୁର ସାଂସଦ ଙ୍କ ପୁରୀ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ୱାଇଁ କହିଥିଲେ, ପିଲା ମାନେ କେବଳ ବିଦ୍ୟାଳୟ ରେ ଯେତିକି ପାଠ ପଢୁଛନ୍ତି ସେତିକି ଯଥେଷ୍ଟ ନୁହେଁ, ସେମାନଙ୍କୁ ଶିକ୍ଷା ଦେବାରେ ବାପା ‘ମା ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ ଗୁଣାତ୍ମକ ଶିକ୍ଷା ଏବଂ ଆଦର୍ଶ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ବିଦ୍ୟାର୍ଥୀ, ଶିକ୍ଷକ ଏବଂ ସୁସ୍ଥ ପରିବେଶ ପରି ଏକ ତ୍ରିଭୁଜ ଆବଶ୍ୟକତା ରହିଛି। ଅନ୍ୟତମ ଅତିଥି ଜାହନ ପବ୍ଲିକ ସ୍କୁଲ ନିର୍ଦ୍ଧେଶିକା ସୁମିତ୍ରା ପରିଡା  ନିଜ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ନେଇ ମାର୍ଗ ଦର୍ଶନ କରାଇଥିଲେ। ଛାତ୍ର, ଛାତ୍ରୀ ଙ୍କୁ ଶିକ୍ଷା ସହ ନୈତିକ ମୂଲ୍ୟବୋଧ ନେଇ ଜୀବନକୁ ଗଢିବାକୁ ଆହ୍ୱାନ ଦେଇଥିଲେ। ବାର୍ଷିକ ଉତ୍ସବ ଛାତ୍ର, ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ସୁସମ୍ପର୍କ ସୃଷ୍ଟିକରି ଅନୁଷ୍ଠାନ କୁ ଆଗକୁ ନେବାରେ ସହାୟକ କରିଥାଏ। ଶିକ୍ଷକ ବଟକୃଷ୍ଣ ବେହେରା ମଞ୍ଚ ପରିଚାଳନା କରିବା ସହିତ ବିଦ୍ୟାଳୟ ଶିକ୍ଷୟତ୍ରୀ ସୁମେୟା ପରୱନ ବାର୍ଷିକ ବିବରଣୀ ପାଠ, ଅତିଥି ପରିଚୟ ପ୍ରଦାନ କରିଥିଲେ, ଶିକ୍ଷକ ସତ୍ୟ ରଞ୍ଜନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଦ୍ୟାଳୟ ଛାତ୍ର, ଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ହାସଲ କରିଥିବା ଛାତ୍ର, ଛାତ୍ରୀ ଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ସମସ୍ତ ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ଥାନୀୟ ଅଞ୍ଚଳ ବୁଦ୍ଧିଜୀବୀ ପରିଚାଳନା କମିଟି ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ