ଜମନକିରା ହିନ୍ଦୁ ସୁରକ୍ଷା ମଂଚର କାଶ୍ମୀର ପହଲଗାଓଁ ହିନ୍ଦୁ ହତ୍ୟା ଘଟଣାକୁ କଡ଼ା ନିନ୍ଦା
ସମ୍ବଲପୁର,(ଲିପନ ନାଏକ) :ପାକିସ୍ତାନୀ ଆତଙ୍କବାଦୀ ମାନେ କାଶ୍ମୀର ପହଲଗାଓଁ ବୁଲିବାକୁ ଯାଇଥିବା ନିରୀହ ପର୍ଯ୍ୟଟକ , ହିନ୍ଦୁ ମାନଙ୍କୁ ଗୁଳି ମାରି ହତ୍ୟା କରିବା ଘଟଣାକୁ କଠୋର ନିନ୍ଦା କରାଯାଇଛି। ଜମନକିରା ହିନ୍ଦୁ ସୁରକ୍ଷା ମଂଚ ଓ ବଜରଙ୍ଗ ଦଳ ଆହ୍ବାନକ୍ରମେ ଆଜି ବସ ଷ୍ଟାଣ୍ଡ ଛକ ଠାରେ ଦିବଂଗତ ଆତ୍ମାର ସଦଗତି କାମନା ପୂର୍ବକ ଦୀପ ପ୍ରଜ୍ବଳନ ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପାକିସ୍ତାନ ମୂର୍ଦ୍ଦାବାଦ୍, ଭାରତ ମାତା କୀ ଜୟ ଧ୍ଵନୀ ଦେବା ପରେ ବୌଦ୍ଧିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ ବିଶ୍ଵ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ସଦସ୍ୟ ସ୍ବାମୀ ଶିବାନନ୍ଦ ସରସ୍ଵତୀ ଜି ମହାରାଜ ଓ ଆରୋଗ୍ୟ ସମିତିର ପଶ୍ଚିମ ଓଡିଶା ପ୍ରାନ୍ତ ସଂପାଦକ ଡ. କାର୍ତ୍ତିକ ପଧାନ କାଶ୍ମୀର ପହଲଗାଓଁ ବୁଲିବାକୁ ଯାଇଥିବା ହିନ୍ଦୁ ମାନଙ୍କୁ ହତ୍ୟା ଘଟଣାର କଡ଼ା ନିନ୍ଦା କରାଯିବା ସହ ବର୍ତ୍ତମାନ୍ ସମଗ୍ର ହିନ୍ଦୁ ସମାଜ ଜାଗ୍ରତ ହେବାର ସମୟ ଆସିଛି ବୋଲି ଆହ୍ବାନ ଦେଇଥିଲେ। ପରେ ବସଷ୍ଟାଣ୍ଡ ଛକ ରୁ ପୁରୁଣା ଥାନା ଦେଇ କ୍ୟାଣ୍ଡେଲ୍ ଶୋଭାଯାତ୍ରା ବାହାରି ପ୍ରତିବାଦ ସ୍ଥଳ ପର୍ଯ୍ୟନ୍ତ ପହଂଚି ଥିଲା। ପାକିସ୍ତାନ ପତାକାକୁ ମଝି ଛକ ରାସ୍ତାରେ ଗୋଡରେ ମାଡ଼ି ଦଳି ଅସମ୍ମାନ କରାଯିବା ସହିତ ପାକିସ୍ତାନ ମୂର୍ଦ୍ଦାବାଦ୍ ଧ୍ଵନୀ ଦେଇ ପ୍ରତିବାଦ କରାଯାଇଥିଲା। ବନବାସୀ କଲ୍ୟାଣ ଆଶ୍ରମର ପଶ୍ଚିମ ଓଡିଶା ପ୍ରାନ୍ତ ସାଂଗଠାନିକ ସଂପାଦକ ପ୍ରଫୁଲ୍ଲ କୁମୂରା, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଗୋଲକ ପଧାନ, ଧର୍ମରରକ୍ଷକ ବାମରା ଖଣ୍ଡ ତୁଲାରାମ ବାବା, ଜମନକିରା ଖଣ୍ଡ ବିଶ୍ବହିନ୍ଦୁ ପରିଷଦ ସଭାପତି ପ୍ରମୋଦ ନାୟକ, ରାଷ୍ଟ୍ରୀୟ ସ୍ବୟଂ ସେବକ ଜମନକିରା ଖଣ୍ଡ କାର୍ଯ୍ୟବାହ ନାରାୟଣ ପଧାନ, ସୁବାଷ ସାହୁ, ବିରାଜ ପାଣ୍ଡେ, ହେମନ୍ତ ଦ୍ବିବେଦୀ, ନରୋତ୍ତମ ଭଇଁସା, ବିଜେପି ଜିଲ୍ଲା ଉପସଭାପତି ବିରେନ୍ଦ୍ର ଚୌଧୁରୀ ପ୍ରମୁଖ ପ୍ରତିବାଦରେ ସାମିଲ୍ ହୋଇଥିଲେ।