ନାଇକି ସାହିରେ ବ୍ୟାପୁଛି ଜଣ୍ଡିସ: ଜଣେ ଶିଶୁର ମୃତ୍ୟୁ, ପରିବାରକୁ ଭେଟିଲେ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ହାଟଡିହି(ଓ୍ବାଇଏନଏସ) :  ହାଟଡିହି ବ୍ଲକ ବଞ୍ଚୋ ନାଇକ ସାହିରେ ଦାଣ୍ଡିସି ବ୍ୟାପିବାରେ ଲାଗିଛି। ଆଜି ଜଣେ ଶିଶୁର ଦଣ୍ଡିସି ରୋଗରେ ମୃତ୍ୟୁ ଘଟିଥିବା ବେଳେ ଅନେକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।  ସୂଚନାରୁ ଜଣା ଯାଇଛି ଯେ ଏହି ସାହିର ୱାର୍ଡସଭ୍ୟ ମାଗୁଣି ନାଇକଙ୍କ ୯ ବର୍ଷର ପୁଅ ଅନିଲ ଧନଞ୍ଜୟ ନାଇକ ଲିଭର ଦଣ୍ଡିସି ରୋଗରେ ୨୨ଦିନ ହେଲା ପୀଡିତ ଥାଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାକୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ନ ରେ  ତାର ମୃତ୍ୟୁ ଘଟିଥିଲା। ଗାଁରେ ଥିବା ନଳକୂପର ପାଣି ଦୂଷିତ ଯୋଗୁଁ ଅନେକ ଶିଶୁ ଦଣ୍ଡିସିରେ ଆକ୍ରାନ୍ତ ହୋଇ ଜଣାଯାଇଛି। ମାନସ ଜେନା, ଓମ ପ୍ରକାଶ ଜେନା, ଦେବସ୍ମିତା ଜେନା, ରାଜା ନାଇକ, ଶିବାନନ୍ଦ ନାଇକଙ୍କ ସମେତ ଆହୁରି ଅନେକ ଶିଶୁ ଓ କିଶୋର କିଶୋରୀ ଆକ୍ରାନ୍ତ ଥିବା ଜଣା ଯାଇଛି। ଖବର ପାଇ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟାକ୍ଷ ରତିକାନ୍ତ ରାଉତ, ରାଜସ୍ବ ନିରୀକ୍ଷକ ଦୀପ୍ତିମୟୀ ସାହୁ, ମୁକେଶ ରାଉତ, ସୁଧାଂଶୁ ରାଉତ, ଜୟ ପ୍ରକାଶ ନାୟକ, ସତ୍ୟାନନ୍ଦ ବରାଳ, ସନ୍ତୋଷ ପଣ୍ଡା ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚି ମୃତ ଶିଶୁର ପରିବାର କୁ ଭେଟି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଛନ୍ତି। ମୃତ ଶିଶୁର ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ସହିତ ତୁରନ୍ତ ଏକ ଚିକିତ୍ସକ ଦଳ ଗ୍ରାମକୁ ପଠାଇ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ନଳକୂପର ପାଣିକୁ ବିଶୋଧନ କରିବାକୁ ଉପାଧ୍ୟାକ୍ଷ ରତିକାନ୍ତ ରାଉତ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ