ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ: ନବୀନଙ୍କ ଉପରେ ଲଗାଇଲେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ

ଭୁବନେଶ୍ୱର (ଓ୍ବାଇଏନଏସ): ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏକ ବିସ୍ଫୋରକ ବୟାନ ଦେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଜୟନାରାୟଣଜୟନାରାୟଣ ଅଭିଯୋଗ କରିଛନ୍ତି ଯେ ନବୀନ ପଟ୍ଟନାୟକ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ, ଯେଉଁଥିପାଇଁ ସେ ନବୀନଙ୍କୁ ଭେଟିବାକୁ ତାଙ୍କ ନିବାସ କିମ୍ବା ହସ୍ପିଟାଲ ଯିବେ ନାହିଁ।ଜୟନାରାୟଣ ମିଶ୍ର କହିଛନ୍ତି, “ମୁଁ ନବୀନ ବାବୁଙ୍କୁ ଦେଖା କରିବାକୁ ହସ୍ପିଟାଲ ଯିବି ନାହିଁ। ସେଠାକୁ ଗଲେ ପାଣ୍ଡିଆନ୍ ତଡି ଦେଉଛନ୍ତି। ନବୀନଙ୍କ ନିବାସକୁ ମଧ୍ୟ ମୁଁ ଯିବି ନାହିଁ। ସେ ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ।” ସେ ଆହୁରି କହିଛନ୍ତି, “ମୁଁ ତାଙ୍କର ଦୀର୍ଘାୟୁ କାମନା କରୁଛି। ସେ ବଞ୍ଚି ରୁହନ୍ତୁ, ଯାହା ଫଳରେ ବାରମ୍ବାର ଏମିତି ହାରୁଥିବା ଦେଖି ପାରିବେ।”ଏହା ସହିତ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ନେତାମାନଙ୍କୁ ମେଡିକାଲରେ ପୁରେଇ ଦିଆଯାଉ ନାହିଁ ଏବଂ ବାଡ଼େଇ ବାହାର କରି ଦିଆଯାଉଛି। ଏହି ବୟାନ ଓଡ଼ିଶା ରାଜନୀତିରେ ଏକ ନୂଆ ବିବାଦ ସୃଷ୍ଟି କରିଛି, ଯାହା ଭାଜପା ଓ ବିଜେଡି ମଧ୍ୟରେ ଚାଲିଥିବା ରାଜନୈତିକ ସଂଘର୍ଷକୁ ଆହୁରି ତୀବ୍ର କରିପାରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ