ବେଆଇନି ଇଟା ଭାଟି ଉପରେ ବୁଲିଲା ଜେସିବି
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :-ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଧେଶକୁ ମାନୁ ନାହାନ୍ତି ଅସାଧୁ ଇଟା ଭାଟି ମାଲିକ । ପୁରୀ ଜିଲ୍ଲା କାକଟପୁର ତହସିଲ ଅଞ୍ଚଳରେ ବେଧଡକ ଇଟା ଭାଟି ମାଲିକ । ଧୂଆଁରେ ପରିବେଷ ପ୍ରଦୂଷଣ ହେଉଛି। ଗ୍ରୀଷ୍ମ ଆରମ୍ଭ ରୁ ହିଁ ଗରମ ଏବଂ ଗୁଳୁଗୁଳି ରେ ଜନଜୀବନକୁ ଅସ୍ତବ୍ୟସ୍ତ ହୋଇଯାଉଛି। ଯାହାକୁ ନେଇ ପୁରୀ ଜିଲ୍ଲା କାକଟପୁର ତହସିଲଦାର ଅଙ୍କିତା ଅନିନ୍ଧିତା ଆକ୍ସନ ମୋଡ଼ରେ।ବୁଧବାର ଅଚାନକ ସୁହାଗପୁର ପଂଚାୟତ ସୁହାଗପୁର ଓ ହାସିନପୁର ଅଂଚଳରେ ଥିବା ବେଆଇନି ଇଟା ଭାଟି ଭାଙ୍ଗି ମାଟିରେ ମିଶାଇଲେ ପ୍ରଶାସନ। ଖବର ମୁତାବକ ଗ୍ରୀଷ୍ମଋତୁ ତେଣୁ ଇଟାଭାଟି ଗୁଡ଼ିକ ଯୋଗୁଁ ପ୍ରଦୂଷଣ ସହ ତାପମାତ୍ରା ପରିମାଣରେ ମଧ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ନିର୍ଦ୍ଦେଶ କ୍ରମେ କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା ଙ୍କ ଉପସ୍ଥିତ ରେ ବୁଧବାର ବାର ମଧ୍ୟାହ୍ନ ରେ ପୁଲିସ ଫୋର୍ସ ଓ ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ସହଯୋଗରେ ଚଢ଼ାଉ କରି ସୁହାଗପୁର ପଂଚାୟତ ରେ ଥିବା ୨ଗୋଟି ବେଆଇନ ଇଟାଭାଟି ଗୁଡିକୁ ଜେସିବି ସହାୟତା ଓ ଅଗ୍ନିଶମ ବାହିନୀ ମିଳିତ ଉଦ୍ୟମ ରେ ଭାଙ୍ଗି ନଷ୍ଟ କରାଯାଇଥିବା ସୂଚନା ମିଳିଛି।କାକଟପୁର ତହସିଲଦାର ଅଙ୍କିତା ଅନିନ୍ଧିତା ଏହି ଘଟଣା କୁ ନେଇ ପ୍ରତିକ୍ରିୟା ରେ କହିଛନ୍ତି ବେଆଇନି ଇଟା ଭାଟି ଚାଲୁଥିବା ଶହ ପ୍ରଦୂଷଣ ବିଭାଗର ନିୟମ କୁ ଉଲ୍ଲଘନ କରି ସରକାରୀ ଜମି ରେ ବେଆଇନି ଭାବେ ଇଟା ପ୍ରସ୍ତୁତ କରୁଥିଲେ। ଆଗାମୀ ଦିନ ରେ ଅନ୍ୟ ସ୍ଥାନରେ ଥିବା ଇଟା ଭାଟି ଭଙ୍ଗାଯିବ। ଗଢିଉଠିଥିବା ବେଆଇନି ଇଟା ଭାଟି କୁ ତହସିଲଦାର ଅଙ୍କିତା ଅନିନ୍ଦିତା, ରାଜ୍ବସ ନିରୀକ୍ଷକ କର୍ମରାଜ ମାଝୀ, କାକଟପୁର ଥାନାଅଧିକାରୀ ବସନ୍ତ କୁମାର ସାହୁ,ଅସ୍ତରଙ୍ଗ ଅଗ୍ନିଶମ ଷ୍ଟେସନଅଧିକାରୀ ପ୍ରହଲ୍ଲାଦ ରାୟ, କାକଟପୁର ଥାନା ପୁଲିସ ସମେତ ଏକ ପ୍ଲାଟୁନୁ ଫୋର୍ସ ଙ୍କ ଉପସ୍ଥିତିରେ ଅଗ୍ନିସଂଯୋଗ ହୋଇଥିବା ଇଟା ଭାଟିକୁ ଜେସିବି ସହାୟତା ରେ ଭଙ୍ଗା ଯାଇଥିଲା । ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଏବଂ ସରକାରୀ ନିୟମ କାନୁନକୁ ଉଲ୍ଲଂଘନ କରି ବ୍ୟବସାୟ ପାଇଁ ଇଟା ନିର୍ମାଣ ଚାଲିଛି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ରାଜ୍ୟରେ ମାଟି ତିଆରି ଇଟା ଭାଟି ଉପରେ ନିଷେଧାଦେଶ ଜାରି କରିଛନ୍ତି। କେବଳ ଫ୍ଲାଇ ଆସରେ ଇଟା ନିର୍ମାଣକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଇଟାର ଚାହିଦା ମେଣ୍ଟାଇବା ପାଇଁ ଫ୍ଲାଇ ଆସ ଇଟା ନିର୍ମାଣକୁ ସରକାର ପ୍ରୋତ୍ସାହନ ଦେବାକୁ ସବୁଜ ସଙ୍କେତ ଦେଇଛନ୍ତି। ଏହା ପୂର୍ବରୁ ଜନବସତି ଠାରୁ ୧କିଲୋମିଟର ଏବଂ ସର୍ବସାଧାରଣ ଯାତାୟାତ କରୁଥିବା ରାସ୍ତାର ୫ଶହ ମିଟର ମଧ୍ୟରେ ଇଟାଭାଟି ସ୍ଥାପନ ଉପରେ ସରକାର କଟକଣା ଜାରି କରିବା ସହିତ କେବଳ ସ୍ଥାୟୀ ଚିମିନି ଥିବା ଇଟାଭାଟି ସ୍ଥାପନ ପାଇଁ ଆଇନ ପ୍ରଣୟନ କରିଛନ୍ତି। ବେଆଇନ ଇଟାଭାଟି ବୃଦ୍ଧି ପାଉଥିବାରୁ ସରାକାରଙ୍କ ରାଜସ୍ୱ ହାନୀ ହେଉଛି। ତେଣୁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହି ଅନ୍ୟ ସବୁ ବେଆଇନି ଇଟା ଭାଟି ଭଙ୍ଗାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।


