ଅସ୍ତରଙ୍ଗ ସମୁଦ୍ର ଉପକୂଳ ନିକଟରେ ଜେଲିଫିସ ମଡ଼କ ଚିନ୍ତା

ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୂଳରେ କେଳୁଣୀ ମୁହାଣ ନିକଟରେ ଶତାଧିକ ବ୍ଲୁ ଜେଲି ଫିସି।ଆଜକୁ ପ୍ରାୟ ଦୁଇ ଦିନ ହେଲାଣି ଏଭଳି ସ୍ଥିତି କେଳୁଣୀ ମୁହାଣ ନିକଟରେ ଦେଖିବାକୁ ମିଳୁଛି। ସମୁଦ୍ର ସ୍ନାନ କରୁଥିବା ପର୍ଯ୍ୟଟକ ଦେହ ରେ ଏ ମୃତ ଜେଲି ଫିସି ଲାଳ ବାଜିଗଲେ କୁଣ୍ଡେଇ ହୋଇ ଯାଦୁ ଭଳି ଫଳି ଯାଉଛି। ଜେଲି ଫିସି ଭୟରେ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ଡରିଲେଣି। ଉଭୟ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମି ସମସ୍ତ ଙ୍କ ମୁହଁରେ ସମାନ ପ୍ରଶ୍ନ।ଅସ୍ତରଙ୍ଗ ସମୁଦ୍ର କୂଳକୁ କୁଆଡେ ଆସିଲେ ଏତେ ସଂଖ୍ୟକ ମୃତ ଜେଲିଫିସି ?ଏମାନେ କେଉଁ ପ୍ରଜାତିର, କେତେ ବିଷାକ୍ତ ? ସ୍ଥାନିୟ ସମାଜ ସେବୀ କହିବା ଅନୁସାରେ ନିକଟରେ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାଵ। ଏ ପ୍ରକାର ଜେଲିଫିସି ସାଧାରଣ ଗଭୀର ସମୁଦ୍ର ରେ ଦଳ ଦଳ ହୋଇ ଵାସ କରନ୍ତି ଓ ଅତି ମନ୍ଥର ବେଗରେ ଗତି କରନ୍ତି।ଯେହେତୁ ସମୁଦ୍ର ରେ ବଡ଼ ବାତ୍ୟା ହୋଇଥିଲା ତେଣୁ ଶକ୍ତିଶାଳୀ ଜୁଆରମାଡ଼ରେ ଘାଇଲା ହୋଇ ମୃତ ଅବସ୍ଥାରେ କୂଳକୁ ଭାସି ଆସିଛନ୍ତି।କେଳୁଣୀ ମୁହାଣ ନିକଟରେ ବ୍ଲୁ ଜେଲିଫିସି ପଡ଼ିଥିବା ବେଳେ ଏମାନଙ୍କ ସଂସ୍ପର୍ଶ ରେ ଆସିଲେ ଦେହରେ ଫଳି ଯାଉଛି।ପରିବେଶବିତି ଉଦୁବେଗ ଜେଲିଫିସି କାରଣ ଉଦୁବେଗ ହେଉନି।ପୂର୍ବରୁ ଏୟାସ, ହୁଡୁହୁଡୁ, ତିତିଲି ବାତ୍ୟା ସମୟରେ ବି ବିଭିନ୍ନ ସମୁଦ୍ର କୂଳରେ ମୃତ ଜେଲିଫିସି ଦେଖିବାକୁ ମିଳିଥିଲା। ହେଲେ ଏଥର ପରିମାଣ ସଂଖ୍ୟା ଦେଖି ଛନକା ବଢିଛି।ଏ ନେଇ ଯୁବ ପରିବେଶବିତି ବିଚିତ୍ରାନନ୍ଦ ବିଶ୍ୱାଳ କହିଛନ୍ତି ସାମୁଦ୍ରିକ ଜଳବାୟୁ ପରିବର୍ତନ ପ୍ରଭାଵ, ନଚେତ ବାତ୍ୟାର ପ୍ରଭାଵ ଦେଖିବାକୁ ମିଳିଛି। ଜେଲିଫିସି ହେଉଛି ସମୁଦ୍ରରେ ସୁରକ୍ଷା କବଚ, ଯେଉଁଭଳି ଭାବରେ ମୃତ୍ୟୁ ବରଣ କରି ଲାଗୁଛନ୍ତି ସାମୁଦ୍ରିକ ଜଳବାୟୁ ରେ କିଛିନା କିଛି ପ୍ରଭାଵ ପଡିଛି।ତାହା ସହ ଗବେଷଣା ସଂସ୍ଥା ମୃତ୍ୟୁ ଜେଲିଫିସି କୁ ନେଇ ଲ୍ୟାବ ଟେଷ୍ଟ କରିବାକୁ ସତ୍ୟାସତ୍ୟ ଜାଣିବା ନିହାତି ଦରକାର।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ