4 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଗହଣା ଚୋରି ଘଟଣା: 3 ମହିଳାଙ୍କ ସମେତ ଜଣେ ପୁରୁଷ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ଠାରେ ଥିବା ଏକ ସୁନା ଦୋକାନରେ ଗହଣା କିଣିବା ଆଳରେ 4 ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଚୋରି ଅଭିଯୋଗରେ 3 ଜଣ ମହିଳାଙ୍କ ସମେତ ଜଣେ ପୁରୁଷ ଗିରଫ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ମୋହନା ବ୍ଲକ ମହକୁମାର ପଣ୍ଡା ଛକରେ ଥିବା ସାଇବା ସୁନା ଦୋକାନକୁ 3 ଜଣ ମହିଳାଙ୍କ ସହ ଜଣେ ପୁରୁଷ ଗତ ସୋମବାର ଅପରାହ୍ନରେ ସୁନା କିଣିବା ପାଇଁ ଆସିଥିଲେ. ସେମାନେ ସୁନା ଗହଣା ଗୁଡିକୁ ମାଲିକଙ୍କୁ ଦେଖାଇବାକୁ କହି ଅତ୍ୟନ୍ତ ଚତୁରାତର ସହ 4 ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣାକୁ ଚୋରି କରି ଚାଲି ଯାଇଥିଲେ. ପରେ ସୁନା ଦୋକାନ ମାଲିକ ସନ୍ଦେହରେ ସିସିଟିଭ ଯାଞ୍ଚ କରିବା ପରେ ସେମାନେ ସୁନା ଗହଣା ଚୋରି କରିଥିବା ନିଶ୍ଚିତ ହୋଇଥିଲା. ସିସିଟିଭ ଫୁଟେଜ ପ୍ରମାଣ ସହ ସୁନା ଦୋକାନ ମାଲିକଙ୍କ ଲିଖିତ ଅଭିଯୋଗରେ ମୋହନା ପୋଲିସ 24 ଘଣ୍ଟା ମଧ୍ୟରେ 3 ଜଣ ମହିଳାଙ୍କ ସମେତ ଜଣେ ପୁରୁଷଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ. ସେମାନେ ସମସ୍ତେ ବ୍ରହ୍ମପୁର ହରଡ଼ାଖଣ୍ଡି ଅଞ୍ଚଳର ଝୁମୁରି ଦାସ, ବିରୋଜିନୀ ଦାସ, ବ୍ରହ୍ମପୁର ରଘୁପତି ନଗରର ସୁଶୀଳା ଦାସ ଏବଂ ଫୁଲ ସୁନ୍ଦରୀ ସାହିର ସନ୍ତୋଷ ଦାସ ବୋଲି ଜଣା ପଡିଛି.


