ଝାଡେଶ୍ବର ମଣ୍ଡଳ ପ୍ରଶିକ୍ଷଣ ଶିବିର ଉଦଯାପିତ
ବାଲେଶ୍ବର(ସରୋଜ ପଣ୍ଡା): ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ବର୍ଗର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲେଶ୍ଵର ମ୍ୟୁନିସିପାଲଟିର ଝାଡେଶ୍ବର ମଣ୍ଡଳରେ ମଣ୍ଡଳ ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି। ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସଦର ବିଧାୟକ ମାନସ କୁମାର ଦତ୍ତ ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟିତ କରିଥିଲେ। ଦୁଇ ଦିନରେ ମୋଟ୍ ଆଠଟି ସତ୍ରରେ ୧୩୦ ମଣ୍ଡଳ ପଦାଧିକାରୀ ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରି ଶିକ୍ଷା ଗ୍ରହଣ କରିଥିଲେ। ପ୍ରଶିକ୍ଷକ ଭାବରେ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଉପସଭାପତି ଗୌରାଙ୍ଗ ଦାସ, ଜିଲ୍ଲା ସମ୍ପାଦକ ବଳରାମ ବିଶ୍ବାଳ, ଆଶିଷ କୁମାର ଘୋଷ, ସୁଶାନ୍ତ ପଟ୍ଟନାୟକ ବିଭିନ୍ନ ବିଷୟରେ ( ଇତିହାସ ଓ ବିକାଶ, ସାମାଜିକ ଗଣମାଧ୍ୟମ, ସଂଗଠନ ସଂରଚନା, କାର୍ଯ୍ୟ ବିସ୍ତାର, ଯୋଜନା ରୁପାନ୍ତର ଇତ୍ୟାଦି ) ଶିବିରାର୍ଥୀମାନଙ୍କୁ ପ୍ରଶିକ୍ଷିତ କରିଥିଲେ। ମଣ୍ଡଳ ସାଧାରଣ ସମ୍ପାଦକ ରାଜେନ୍ଦ୍ର ଚାଟାର୍ଜୀଙ୍କ ସମେତ ସମସ୍ତ ମଣ୍ଡଳ ଟିମ୍ ଶିବିର ପରିଚାଳନା କରିଥିଲେ।


