ଝାରସୁଗୁଡା ଇଂଜିନିୟରିଂ ସ୍କୁଲରୁ ୨୧ ଜଣ କରୋନା ପଜିଟିଭ୍‌

ଝାରସୁଗୁଡା , (‌ୱାଇଏନ୍‌ଏସ୍‌): ଝାରସୁଗୁଡ଼ା ଜିଲା ବଢେଇମୁଣ୍ଡା ଇଞ୍ଜିନିୟରିଂ ସ୍କୁଲରୁ ଶନିବାର ୨୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୧୩ ଶିକ୍ଷକ ଏବଂ ୮ଜଣ ଛାତ୍ର ଥିବା ଜଣାପଡିଛି । ଏହା ଜଣାପଡିବା ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତହସିଲଦାର ଦିଲୀପ ପ୍ରଧାନ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝି ପ୍ରମୁଖ ସ୍କୁଲରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କରୋନା ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯିବା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଛି । ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ କଂଟାକ୍ ଟ୍ରେସିଂ ଆରମ୍ଭ ହୋଇଛି । ସୂଚନା ଯୋଗ୍ୟ, ବିଦ୍ୟାଳୟର ଜଣେ ଶିକ୍ଷକ ବାହାର ରାଜ୍ୟକୁ ଯାଇ ଫେରିଥିଲେ । ପରେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା । ଏଥିରେ ତାଙ୍କର ପଜିଟିଭ୍ ଆସିଥିଲା । ଏନେଇ ସ୍କୁଲର ୧୦୦ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୨୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ