ଝୁମ୍ପୁରା ମଣ୍ଡଳ ସ୍ତରୀୟ ସଂକଳ୍ପ ସମାବେଶ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ମଣ୍ଡଳର ମଣ୍ଡଳସ୍ତରୀୟ ସଂକଳ୍ପ ସମାବେଶ ଅର୍ଶଳା ପଞ୍ଚାୟତ ର ଦୁର୍ଗାପୁର ସ୍ଥିତ ପାର୍କ ଠାରେ ଝୁମ୍ପୁରା ମଣ୍ଡଳ ସଭାପତି ଉମାକାନ୍ତ ମହାନ୍ତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଂକଳ୍ପ ସମାବେଶ ରେ ମୁଖ୍ୟ ଅତିଥି ଭାବେ ଜିଲା ସାଧାରଣ ସଂପାଦକ ଅନୁବ୍ରତ ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାଂସଦ ଙ୍କ ବ୍ଲକ ପ୍ରତିନିଧି ପଞ୍ଚାନନ ସାହୁ, ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ମହେନ୍ଦ୍ର କୁମାର ପଟ୍ଟନାୟକ, ସାଂସଦ ଙ୍କ ଶିକ୍ଷା ପ୍ରତିନିଧି ବିଜୟ କୁମାର ବେହେରା, ସାଂସଦ ଙ୍କ ବିଦ୍ୟୁତ ବିଭାଗର ପ୍ରତିନିଧି ପୁଷ୍ପ ମହାନ୍ତ, ଅର୍ଶଳା ସରପଞ୍ଚ ହେମଲତା ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ ବିକଶିତ ଭାରତର ଅମୃତ କାଳ ଓ ସେବା ସୁଶାସନ ଗରିବ କଲ୍ୟାଣ ଯୋଜନା ରେ କେନ୍ଦ୍ର ସରକାରଙ୍କର ୧୧ ବର୍ଷ ଓ ରାଜ୍ୟ ସରକାର ୧ ବର୍ଷ ମଧ୍ୟରେ କରିଥିବା ବିକାଶ ଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ। କେନ୍ଦ୍ର ରେ ନରେନ୍ଦ୍ର ମୋଦି ସରକାର ରହିବା ଦିନରୁ ଦେଶର ଦ୍ରୁତ ବିକାଶ ଘଟିବା ସହିତ ୧୧ ବର୍ଷ ଶାସନ କରିବା ଭିତରେ ଜନସାଧାରଣ ଙ୍କ ନିମନ୍ତେ କରିଥିବା ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ରାଜ୍ୟ ସରକାର ଏକ ବର୍ଷ ମଧ୍ୟରେ ୧୧ ଟି ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ମଣ୍ଡଳୀ ସ୍ତରୀୟ ବୈଠକ କୁ ପ୍ରଶ୍ନ ନାଏକ ପରିଚାଳନା କରିଥିଲେ। ଏହି ସଂକଳ୍ପ ସମାବେଶ ରେ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳୁଛି।