ବାଲେଶ୍ଵର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର(ସରୋଜ ପଣ୍ଡା): ଆଜି ସକାଳ ଘ.୮ଟିକା ସମୟରେ ସ୍ଥାନୀୟ ଖଇରା ପଞ୍ଚାୟତ ସମ୍ମିଳନୀ କକ୍ଷରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରସାଦଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଖଇରା ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଆସିଥିବା ୮୦ ଜଣ ଅଭିଯୋଗକାରୀ ନିଜ ନିଜ ନାମ ପଞ୍ଜିକରଣ କରି ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରି ଥିଲେ । ସେଗୁଡ଼ିକ ମଧ୍ୟରୁ ୭୧ ଗୋଟି ବ୍ୟକ୍ତିଗତ ୮ ଗୋଟି  ସାମୁହିକ, ୧ ଗୋଟି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ନିମନ୍ତେ ଦରଖାସ୍ତ ପ୍ରଦାନ କରିଥିଲେ।ତନ୍ମଧ୍ୟରୁ ୧୨ ଗୋଟି ଦରଖାସ୍ତର ତୁରନ୍ତ ଫୈସଲା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ମୁଖ୍ୟ ଉନ୍ନୟନ ଅଧିକାରୀ (ଜିଲ୍ଲା ପରିଷଦ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂ, ବାଲେଶ୍ଵର ସଦର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ ରାଜେ ସିର୍କେ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ଜିଲ୍ଲାପରିଷଦ) ଡ. ମଧୁସ୍ମିତା ସାମନ୍ତରାୟ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା . ସୁଶାନ୍ତ କୁମାର ନାୟକ, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନିବେଦିତା ସୋରେନ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ