ଶ୍ରମିକ ଓ କୃଷକ ସଙ୍ଗଠନ ର ମିଳିତ ପ୍ରତିବାଦ ସଭା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  : କେନ୍ଦ୍ରୀୟ ଟ୍ରେଡ ୟୁନିୟନର ମିଳିତ ମଞ୍ଚ ଓ ସଂଯୁକ୍ତ କୃଷକ ମୋର୍ଚ୍ଚାର ଡାକରା କ୍ରମେ ଦିଗପହଣ୍ଡିର ଶ୍ରମିକ ଓ କୃଷକ ସଙ୍ଗଠନ ପକ୍ଷରୁ  ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ୨୦୨୦ ର ଐତିହାସିକ ଦିଲ୍ଲୀ ଆନ୍ଦୋଳନ ର ୫ମ ସ୍ମୃତି ବାର୍ଷିକୀ ପରିପ୍ରେକ୍ଷୀରେ ଦିଗପହଣ୍ଡି ବଜାର ସାହି ଗୁଣ୍ଡିଚା ଛକଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ।ପ୍ରତିବାଦ ସଭାରେ ଶ୍ରମିକ ବିରୋଧୀ , କର୍ପୋରେଟ ସପକ୍ଷବାଦୀ କେନ୍ଦ୍ରସରକାର  ୪ ଶ୍ରମ କୋଡ଼ ରଦ୍ଦ କରିବା , ଚାଷୀଙ୍କ ଫସଲର ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବିରେ ନେତୃବୃନ୍ଦ ଉଦବୋଧନ ଦେଇଥିଲେ । ଏହି ସଭାରେ ସିପିଆଇ(ଏମ) ର ପୂର୍ବତନ ଗଞ୍ଜାମ ଜିଲା ସମ୍ପାଦକ କୈଳାସ ଷଡଙ୍ଗୀ , ଓଡ଼ିଶା କୃଷକ ସଭା ଜିଲା କମିଟି ସମ୍ପାଦକ ତଥା ଆଇନଜୀବି ପି. ଶିବଶଙ୍କର , ଚାଷୀ ସଙ୍ଗଠନ ସଦସ୍ୟ ଅର୍ଦ୍ଦୁ. ପୁରୁଷୋତ୍ତମ , ଅର୍ଦ୍ଦୁ. ଗଣେଶ , ଅର୍ଦ୍ଦୁ. ସୂର୍ଯ୍ୟ ନାରାୟଣ , ଅର୍ଦ୍ଦୁ . କୃଷ୍ଣମୂର୍ତ୍ତି , ଅର୍ଦ୍ଦୁ .ହରି , ଅର୍ଦ୍ଦୁ .ରାଜୁ , ଟୁକୁନା ବେହେରା , ଭି . ସୁଦର୍ଶନ ରାଜୁ , ଇପିଲି. କୈଳାସ , ପାଟା .ପଙ୍ଗୁ , ପାଟା. ରାଜେନ୍ଦ୍ର , ଏମ. ବାଲୁ ଙ୍କ ସମେତ ବହୁ ସଂଖ୍ୟକ ଚାଷୀ,କୃଷି ଶ୍ରମିକ ଉପସ୍ଥିତ  ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ