ଆସନ୍ତା ୧୯ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
କଟକ (ଓ୍ବାଇଏନଏସ): ଆସନ୍ତା ୧୯ତାରିଖ ସୋମବାର କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ ସଭାଗୃହଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହି ଅଭିଯୋଗ ଶୁଣାଣି ଶିବିର ସକାଳ ୭ଟା ସମୟରେ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ସୋମବାର ହେଉଥିବା ଜନ ଅଭିଯୋଗ ଶୁଣାଣି ଶିବିରରେ ନିଜର ଅଭିଯୋଗ ଦାଖଲ କରିବା ନିମନ୍ତେ ଜନଶୁଣାଣି ୱେବ ପୋର୍ଟାଲ/ମୋବାଇଲ ଆପ୍ଲିକେସନ ମାଧ୍ୟମରେ ସ୍ଲଟ ବୁକିଂ କରିବାକୁ ଅନୁରୋଧ କରାଯାଉଛି । ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକାଠାରୁ ଶନିବାର ରାତ୍ର ୧୧ ଘଟିକା ୫୯ ମିନିଟ ପର୍ଯ୍ୟନ୍ତ ଜନଶୁଣାଣୀ ପୋର୍ଟାଲ janasunani.odisha.gov.in ରେ ସ୍ଲଟ ବୁକିଂ କରାଯାଇପାରିବ । ଅଂଚଳବାସୀ ଏହାର ସୁଯୋଗ ନେବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଅଭିଯୋଗ ଶୁଣାଣି ଶିବିରରେ ବରିଷ୍ଠ ନାଗରିକ, ଅସୁସ୍ଥ ବ୍ୟକ୍ତି, ଦିବ୍ୟାଙ୍ଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଚାହୁଁଥିବା ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଯିବ । ଅଭିଯୋଗକାରୀମାନେ ନିଜ ଅଭିଯୋଗଗୁଡିକ ପଞ୍ଜିକରଣ କରି ନିଜ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ସହ ଶୃଙ୍ଖଳିତ ଭାବେ ଅଭିଯୋଗ ଶୁଣାଣିରେ ଭାଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।