ଅବକାରୀ ଓ ପୁଲିସ କର୍ମଚାରୀଙ୍କ ପକ୍ଷରୁ ମିଳିତ ଚଢାଉ: ୩୬ ଶହ ଲିଟର ମଦ ପୋଚ,୧୨୦ ଲିଟର ଦେଶୀମଦ ଜବତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦିଗପହଣ୍ଡି ଥାନା ଅନ୍ତର୍ଗତ କେରାଣ୍ଡିମାଳ ପାହାଡ଼ ର ପିଲିକାଡିହ, ବିରିବାଡିଆ, ନୂଆଗାଁ ଅଞ୍ଚଳର ପାହାଡିଆ ଦୁର୍ଗମ ଜଙ୍ଗଲ ଓ ଝରଣା ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରାଯାଇ ଚୋରା ମଦ ଭାଟି ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି। ବେଆଇନ ମଦ ଭାଟି ରେ ଦେଶୀମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ପ୍ରାୟ ୩୬୦୦ ଲିଟର ଗୁଡ଼ ପିଡ଼ିଆ ପୋଚ ଓ ୧୨୦ ଲିଟର ଅପମିଶ୍ରିତ ଦେଶୀମଦ ସହ ପ୍ଲାଷ୍ଟିକ ଡ୍ରମ,ରସ ଡେକ୍ଚି ଇତ୍ୟାଦି କୁ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨,୨୦,୦୦୦ ଟଙ୍କା ହେବ। ଏହି ଚଢ଼ଉ ଧରପଗଡ ରେ ଦିଗପହଣ୍ଡି ଅବକାରୀ ଓଆଇସି ଅନିତା ପ୍ରଧାନ, ଏଏସଆଇ ଏନ. ତ୍ରିପତି, ଥାନା ଏଏସଆଇ ଝୁନୁ ମଲ୍ଲିକ, ଅବକାରୀ କନେଷ୍ଟବଳ ବଳରାମ ପାତ୍ର, ରାଜେଶ ଜେନା ଓ ଥାନା ପୁଲିସ କର୍ମଚାରୀ ସାମିଲ ଥିଲେ ।