ଜୁନିୟର ରେଡ କ୍ରସର ଜିଲ୍ଲା ସ୍ତରୀୟ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ୫୩ ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡ କ୍ରସ ଶିକ୍ଷା ଓ ତାଲିମ ଶିବିର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଉଚ୍ଚ ବିଦ୍ୟାଳୟରେ ଡିସେମ୍ବର ୧୫ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଶିକ୍ଷା ଅଧିକାରୀ ଡ଼ଃ ପ୍ରଭାତୀ କୁମାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ବିକାଶ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେବା ମନୋବୃତି ନେଇ ଛାତ୍ରଛାତ୍ରୀ ବୃନ୍ଦ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ରାଜ୍ୟ ରେଡ୍ କ୍ରସ ଅଧିକାରୀ ଓ ରାଜ୍ୟପାଳ ପୁରସ୍କୃତ ଶ୍ରୀଲକ୍ଷ୍ମଣ ସ୍ୱାଇଁ ପ୍ରତି ବିଦ୍ୟାଳୟରେ ରେଡ କ୍ରସ ୟୁନିଟ୍ ସକ୍ରିୟ ଭାବେ ସେବା ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ସମ୍ମାନିତ ଅତିଥି ଭାବେ ବୁଗୁଡ଼ା ବ୍ଲକ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ର , ଜନତା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା , ଜିଲ୍ଲା ରେଡ୍ କ୍ରସ୍ ଅଧିକାରୀ ସ୍ନେହ ଲତା ପଣ୍ଡା , ସଂଗଠନ ସମ୍ପାଦକ ବାଲିପଦର ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଇ ନୀଳାଚଳ ପାତ୍ର , ଶିବିର ନିର୍ଦ୍ଦେଶକ ହିମାଂଶୁ କୁମାର ପଟନାୟକ, ସହକାରୀ ନିର୍ଦ୍ଦେଶକ ଡଃ ବିଜୟ ଚନ୍ଦ୍ର ମହାରଣା , କାର୍ଯ୍ୟକ୍ରମ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପଣ୍ଡା , ବିଜୟ କୁମାର ବେହେରା ପ୍ରମୁଖ ମଞ୍ଚାସିନ ହୋଇ ଉତ୍ତମ ନାଗରିକ ହୋଇ ଦେଶ ସେବା କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ରେଡ୍ କ୍ରସର ସମ୍ପାଦକ ଭାଗିରଥୀ ସ୍ୱାଇଁ ବିବରଣୀ ପ୍ରଦାନ ସହ ସ୍ବାଗତ ଓ ପରିଚୟ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲାର ୨୨ ବ୍ଲକର୍ ୧୩୫ ଟି ଉଚ୍ଚ ବିଦ୍ୟାଳୟରୁ ୬୩୬ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଦିବସରେ ସମ୍ବଳ ଶିକ୍ଷକ ଭାବେ ବରିଷ୍ଠ ସାଧନ କର୍ମୀ ଦେବୀ ପ୍ରସାଦ ସାହୁ ରେଡ୍ କ୍ରସର ଇତିହାସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ତିନିଦିନ ଧରି ଶିବିର ଅନୁଷ୍ଠିତ ହେଉଥିବା ବେଳେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ପ୍ରଦର୍ଶନୀ, ଗୋଷ୍ଠୀ ସଙ୍ଗୀତ, ଗୋଷ୍ଠୀ ନୃତ୍ୟ, ପ୍ରାଥମିକ ଚିକିତ୍ସା, ରଙ୍ଗୋଲି, ସାଧାରଣ ଜ୍ଞାନ ଓ ଫେଶନ ଶୋ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଅଛି। ଉକ୍ତ କାର୍ଯ୍ୟକ୍ରମ ସମ୍ପାଦନାରେ ଭିକାରୀ ଚରଣ ଗୌଡ, ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ଜିଲ୍ଲା ସଂଯୋଜକ ପଞ୍ଚାନନ ପାଣିଗ୍ରାହୀ, ବୁଗୁଡ଼ା ବ୍ଲକ ସଂଯୋଜକ ଆର୍ ଧର୍ମା ରାଓ, ସୁଜ୍ଞାନୀ କୁମାରୀ ନାୟକ, ରଶ୍ମିତା କୁମାରୀ ରାଉଳ, ବିନାୟକ ତ୍ରିପାଠୀ, ଆଶିଷ ପାଢ଼ୀ, ରାମ କୃଷ୍ଣ ସାହୁ, ମନୋଜ ସ୍ୱାଇଁ, ପ୍ରସନ୍ନ କୁମାର ସାହୁ, ବାଳକୃଷ୍ଣ ପଲାଇଙ୍କ ସମେତ ବ୍ଲକ ସଂଯୋଜକ ବୃନ୍ଦ ଓ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ। ସାଂସ୍କୃତିକ ବିଚାରକ ଭାବେ ନୃସିଂହ ଚରଣ ଦାସ, କୃତି ବାସ ଡାକୁଆ, ଶିବ ଶଙ୍କର ପାତ୍ର , ସ୍ଥିତଧୀ ରଥ, ପ୍ରଭାସିନୀ ଅଧିକାରୀ, ଲକ୍ଷ୍ମଣ କୁମାର ବିଷୋୟୀ ଦାୟିତ୍ଵ ନିର୍ବାହ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।


