କୈବର୍ତ୍ତ ସମାଜ ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ପୋଲସରା (ଅନୀଲ କୁମାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାଣିପଡା ଠାରେ ନିଖିଳ ଗଞ୍ଜାମ ସାତ ତାଲୁକା କୈବର୍ତ୍ତ ସମାଜ ଆଠଗଡ ତାଲୁକା ପୋଲସରା ମୁଠା ପକ୍ଷରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଠଗଡ଼ ତାଲୁକା କୈବର୍ତ୍ତ ସମାଜ ସଭାପତି କାଳୁଚରଣ ବେହେରାଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ ହୋଇଥିବା ବେଳ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇଥିଲେ। ସେଠାରେ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। କୈବର୍ତ୍ତ ସମାଜର ସ୍ନେହ ଓ ଆଶୀର୍ବାଦ ପାଇବା ମୋ ପାଇଁ ସୌଭାଗ୍ୟ ବୋଲି ପ୍ରକାଶ କରିଥିଲେ। ଅନୁଷ୍ଠିତ  ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆମ ଐତିହ୍ୟ ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଜିଲ୍ଲା ଉପସଭାପତି ନାରାୟଣ ବେହେରା, ପୂର୍ବତନ ଜଗନ୍ନାଥ ପ୍ରସାଦ ବିଧାୟକ ସିମାଞ୍ଚଳ ବେହେରା, ପୋଲସରା ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପସଭାପତି ରାଜୁ ବେହେରା, ସମ୍ପାଦକ ସନ୍ତୋଷ ବେହେରା, ସହ ସମ୍ପାଦକ ରବୀନ୍ଦ୍ର ବେହେରା, କୋଷାଧ୍ୟକ୍ଷ ରାଜେନ୍ଦ୍ର ବେହେରା ଓ ପ୍ରିୟବ୍ରତ ବେହେରା, ସଭ୍ୟ ରତ୍ନାକର ବେହେରା, କବିରାଜ ବେହେରା ଓ ହିମାଂଶୁ ବେହେରା, ମୋତିରାମ ସାହୁ, କାମ୍ପ ବାଢେଇ, ଦୁର୍ଯୋଧନ ସାହୁ, ରାଜେନ୍ଦ୍ର ପାତ୍ର, ରାଜୁ ବେହେରା, ପ୍ରଶ୍ନ ଡାକୁଆ ମଞ୍ଚାସିନ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ