କାଳବୈଶାଖୀ ତାଣ୍ଡବ: ଉପୁଡିଲା ବିରାଟକାୟ ଗଛ
ହାଟଡିହି (ଓ୍ବାଇଏନଏସ): ହାଟଡ଼ିହି ଅଞ୍ଚଳରେ ଆଜି ଅପରାହ୍ନ ୪ଟା ବେଳେ କାଳବୈଶାଖୀ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଅପରାହ୍ନ ୪ଟା ବେଳେ ହଠାତ ପାଗରେ ପରିବର୍ତନ ଘଟିବା ସହ ପ୍ରବଳ ବେଗରେ ବର୍ଷା ପବନ ହୋଇଥିଲା। ଏଥି ଯୋଗୁଁ ବ୍ଲକର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଗଛ ଉପୁଡ଼ି ଯାଇଥିବା ବେଳେ ଅନେକ ଚାଳ ଘରର ଛପର ଉଡ଼ିଯାଇ ଥିବା ଜଣା ଯାଇଛି। ବଞ୍ଚୋ ଗ୍ରାମର ବାରାହୀ ମନ୍ଦିର ନିକଟରେ ଥିବା ଏକ ବିରାଟ ବରଗଛ ଭାଙ୍ଗି ପଡିବାରୁ ଅନେକ ସମୟ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ହୋଇ ଯାଇଛି। ଖବର ପାଇ ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଗଛକାଟି ରାସ୍ତା ସଫା କରିବା ରେ ଲାଗିଛନ୍ତି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ପଡିବା ଯୋଗୁଁ ସମଗ୍ର ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହୋଇ ଥିଲା। ସେହିପରି ହାଟଡିହି, ମରେଇଗାଁ, ଓରାଳି, ବାଙ୍ଗୋର, ପନ୍ଦାଡୋ, କେ ବାଲିପାଳ, ହଦଗଡ଼, ଢେଙ୍କା, ହାଟଡିହି, ସୁଲଣ, ପଞ୍ଚୁଗୋଛିଆ, ଆମ୍ବୋ, ବଡ଼ ରମ୍ପାସ, ଆଦି ପଞ୍ଚାୟତରେ ଅନେକ ଗଛପତ୍ର ଭାଙ୍ଗି ପଡିଥିବା ସୂଚନା ମିଳିଛି।


