ମାଁ ଗଙ୍ଗା ଯମୁନା ମନ୍ଦିରର ପ୍ରତିଷ୍ଠା ଉତ୍ସବ ନିମନ୍ତେ କଳସ ଯାତ୍ରା

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ) :ମୁନିଗୁଡ଼ାର ପାଇକସାହିସ୍ଥିତ ମାଁ ଗଙ୍ଗା ଯମୁନା ନଗର ଅଞ୍ଚଳରେ ଥିବା ମାଁ ଗଙ୍ଗା,ଯମୁନା ଓ ସରସ୍ଵତୀ ଦେବୀଙ୍କ ମନ୍ଦିରର ରତ୍ନମୁଦ ଓ ପ୍ରତିଷ୍ଠାତ୍ସବ କାର୍ଯ୍ୟକ୍ରମ ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରୋହିତ କୈଳାଶ ଚନ୍ଦ୍ର ଦାସ ପଣ୍ଡିତ ଜିତେନ୍ଦ୍ର କୁମାର ଓ ପ୍ରଶାନ୍ତ କୁମାର ଦାଶଙ୍କ ମିଳିତ ପୌରାହିତ୍ୟରେ ମୁନିଖୋଲସ୍ଥିତ ସକଟାନାଳ ନିକଟରେ କଳସ ସ୍ଥାପନ କରି ସଂକଳ୍ପ କରାଯିବା ପରେ ବୈଦିକ ରୀତିନୀତି ଅନୁସାରେ ସୂର୍ଯ୍ୟପୂଜା, ଗଙ୍ଗା ଆବାହନ,ବେଲ ବରଣ ହରଗୌରୀ ପୂଜା, ତ୍ରିଦେବୀଙ୍କୁ ସଂକଳ୍ପ ସହ ବିଭିନ୍ନ ପୂଜାର୍ଚନା ଓ ଗଙ୍ଗା ଆଳତୀ ପୂଜା ସମ୍ପର୍ଣ୍ଣ କରିଥିଲେ। ପରେ ମନ୍ଦିର ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ନାୟକ ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ମୁଦୁଲିଙ୍କ ମିଳିତ ସଂଯୋଜନାରେ ନାଳ ପରିସରରୁ ଏକ ବଡ଼ ପଟୁଆରରେ ପାରମ୍ପରିକ ଘୁମୁରାବାଦ୍ୟ ଓ ସଂକୀର୍ତନ ମଣ୍ଡଳୀ ସହ ମହିଳା ମାନେ କଳସ ଯାତ୍ରାରେ ବାହାରି ସହର ପରିକ୍ରମ କରି ମାଁ ଗଙ୍ଗା ଯମୁନା ମନ୍ଦିର ପରିସରରେ ପହଞ୍ଚିବା ପରେ ଦିବ୍ୟ କଳସୀ ମାନଙ୍କୁ ସ୍ଥାପନା କରାଯାଇଥିଲା। ଏହି କଳସ ଯାତ୍ରା ସହର ପରିକ୍ରମ ବେଳେ ମୁନିଗୁଡାର ବିଭିନ୍ନ ସାହି ଏବଂ ଛକ ଠାରେ ମହିଳା ମାନଙ୍କ ଦ୍ୱାରା କଳସକୁ ସ୍ୱାଗତ କରିବା ସହ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ, ପରେ ବେଲ ବରଣ ଓ ମଣ୍ଡପ ସୁଦ୍ଧି ପୂଜା ଆରମ୍ବ କାର୍ଯ୍ୟ କରାଯାଇଥିଲା l ପରେ ମନ୍ଦିରର ରତ୍ନାମୁଦ,ମନ୍ଦିର ପ୍ରତିଷ୍ଠା,ହୋମଯଜ୍ଞ, ପୂର୍ଣ୍ଣାହୁତି,ଆଳତୀ,ପୁଷ୍ପାଞ୍ଜଳି ଆଦି କାର୍ଯ୍ୟକ୍ରମ ସହ ଭକ୍ତ ମାନଙ୍କ ନିମନ୍ତେ ଅର୍ଣ୍ଣଭୋଗର ଆୟୋଜନ ଏବଂ ସନ୍ଧ୍ୟାରେ ଆଳତୀ,ଆଳତୀ ଭୋଗ ଓ ଭଜନ ସମାରୋହ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ଉପସଭାପତି ଜି.ସୂର୍ଯ୍ୟନାରାୟଣ ପାତ୍ର,ସହ ସମ୍ପାଦକ କେ.ଶ୍ରୀନିବାସ,କୋଷାଧ୍ୟକ୍ଷ ଅଜିତ କୁମାର ସାହୁ,ଉପଦେଷ୍ଟା ରାମଚନ୍ଦ୍ର ବେହେରା ଓ କାନ୍ତାରାଓଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜାମି. ମହେଶ,ଟିଟୁ ଅଗ୍ରୱାଲା,ସୁବାସ ଗୌଡ଼,ରଞ୍ଜନ ପାତ୍ର,ସୁନ୍ଦର ରାଜୁ, ଭୈରବ ପଣ୍ଡା,ରୁଦ୍ରଜିତ ନାୟକ, ଦୁଃଖିଶ୍ୟାମ ସୁବୁଦ୍ଧି, ଦିଲ୍ଲିପ ସୁବୁଦ୍ଧି,କ୍ଷିତିଶ ସାହୁ,ଧନିଆ ବେହେରା, ଗୌରୀ ପାତ୍ର,ଭୀମ ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଭକ୍ତ ମାନେ ଉପସ୍ଥିତ ରହିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ