ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ କାମଦେବ ବଡ଼ନାୟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଦୀର୍ଘ ବର୍ଷ ଧରି ଖାଲି ପଡ଼ିଥିବା ଗଜପତି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ନୂତନ ଭାବେ ମନୋନିତ ହୋଇଥିବା ଅଧ୍ଯକ୍ଷ କାମଦେବ ବଡ଼ନାୟକ ଓ ଉପାଧ୍ଯକ୍ଷା ପଙ୍କଜିନୀ ଦଳାଇ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପରିଷଦର କାର୍ଯ୍ୟାଳୟ ଠାରେ ଅଧକ୍ଷ ଓ ଉପାଧ୍ୟକ୍ଷା ଦାୟିତ୍ବ ନେବା ପରେ ଉଭୟଙ୍କୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି। ବିଜେପିର ରାଜ୍ୟ ଉପ ସଭାପତି ତଥା ପାରଳାର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଜିଲ୍ଲା ସଭାପତି ନବ କିଶୋର ଶବର ବରିଷ୍ଠ ନେତା ସି. ଏଚ. ସୀମାଦ୍ରୀ ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଇ. ପ୍ରଶାନ୍ତ, ସାଂସଦ ପ୍ରତିନିଧୂ ବିଜୟ କୁମାର୍ , କାଉନସିଲର ବିଭୂତି ଭୂଷଣ ବେହେରା, ନଗର ସଭାପତି ବାଳକୃଷ୍ଣ ପାତ୍ର କେ.ଜୀବନ ରାଓ, ସି .ଏଚ. ଲୋକନାଥ, ପ୍ରସାଦ ନାଇଡୁ ପ୍ରମୁଖ ସାକ୍ଷାତ କରି ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଠାରେ ସୂଚନାଯୋଗ୍ୟଯେ, ଦୀର୍ଘ ବର୍ଷ ହେଲା ଖାଲି ପଡ଼ିଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ପୁଣି ବର୍ତ୍ତମାନର ମୋହନା ସରକାର ପଦ ଓ ଦାୟିତ୍ବ ଦେବା ପରେ ଗଜପତି ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ପୁଣି ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆରମ୍ଭ ହୋଇଯାଇଛି. ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଭାବେ କାମଦେବ ବଡ଼ନାୟକ ଦାୟିତ୍ୱ ଗ୍ରହଣ କରିବା ପରେ କହିଛନ୍ତି ଆଦିବାସୀ ଅଧ୍ଯୁଷିତ ଗଜପତି ଜିଲ୍ଲାରେ ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଏବଂ ସେମାନଙ୍କ ଉନ୍ନତି ଓ ବିକାଶ ପାଇଁ ମୁଁ କାର୍ଯ୍ୟ କରିଵି.


