କୁପୋଷଣରୁ ମୁକ୍ତି ଦେବ କନ୍ଦମୂଳ: କେନ୍ଦୁଝରରେ ଅଧିକ ଅମଳ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଆଦିବାସୀବହୁଳ କେନ୍ଦୁଝରଜିଲ୍ଲା ରେ ପରୀକ୍ଷାମୂଳକ ଭାବେଆରମ୍ଭହୋଇଛିକନ୍ଦମୂଳଚାଷ। କୁପୋଷଣରୁ ମୁକ୍ତି ପାଇଁ ଆରମ୍ଭ ହୋଇଥିବା ଏହି ଚାଷରଅମଳ ପରିମାଣ ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ ବୋଲି ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲାର ବାଂଶପାଳ ଓ ଚମ୍ପୁଆ ବ୍ଲକ କୁପୋଷଣକୁ ଦୃଷ୍ଟିରେ ରଖୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ,ଓ କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥାନ ଓ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ମିଳିତ ଉଦ୍ୟମରେ ପରୀକ୍ଷାମୂଳକ ଭାବେ କନ୍ଦମୂଳ ଚାଷ ଆରମ୍ଭ ହୋଇଛି। ଡିଏମ୍ଏଫ୍ (ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି)ରୁ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଅମଳ ଅଧିକ ହେଉଥିବାରୁ ଏହା କୃଷି ବିଜ୍ଞାନୀଙ୍କୁ ଉତ୍ସାହିତ କରିଛି। କେନ୍ଦୁଝର ସଦର ବ୍ଲକ୍ର ମୁକୁନା, ନୂଆଗାଁ ଓ ସେଣ୍ଡକାପ ଗାଁରେ ୬.୫ ଏକର ଜମିରେ କନ୍ଦମୂଳ ଚାଷ କରାଯାଇ ୨୫ ଟନ୍ରୁ ଅଧିକ କନ୍ଦମୂଳ ଅମଳ ହୋଇଛି। ସାଧାରଣତଃ ଜାତୀୟସ୍ତରରେ ହେକ୍ଟର ପିଛା ୧୦.୫ ଟନ୍ କନ୍ଦମୂଳ ଅମଳ ହେଉଥିବା ବେଳେ ଏଠାରେ ୨୫ ଟନ୍ରୁ ଅଧିକ ଅମଳ ହେବା ସମସ୍ତଙ୍କୁ ଉତ୍ସାହିତ କରିଛି।କନ୍ଦମୂଳ ଚାଷରୁ କେନ୍ଦୁଝର ସଦର ବ୍ଲକ୍ର ଚାଷୀମାନେ ଲାଭବାନ ହେବା ପରେ ବାଂଶପାଳ ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ଚାଷୀମାନଙ୍କୁ ଏଥିପ୍ରତି ଉତ୍ସାହିତକରାଯାଇଚାଷଆରମ୍ଭକରିବାକୁଲକ୍ଷ୍ୟରଖାଯାଇଛି। ଜୁଆଙ୍ଗ ଜନଜାତି ବହୁଳ ଗ୍ରାମ ବାରାଗଡ଼, ହାତୀଶିଳା, ଜନ୍ତାରି, ଗୁପ୍ତଗଙ୍ଗା, ବାୟାକୁମୁଟିଆ, କଣ୍ଠଦାସ ଆଦି ଅଞ୍ଚଳର ଚାଷଜମି କନ୍ଦମୂଳ ଚାଷ ପାଇଁ ଉପଯୁକ୍ତ ବୋଲି ଏକ ଟିମ୍ ସୁପାରିସ କରିବା ପରେ ଖୁବ୍ଶୀଘ୍ର ଏଠାରେ ଚାଷ ଆରମ୍ଭ ହେବାକୁ ଯାଉଛି। ଏହି ଅଞ୍ଚଳରେ ଜୁଆଙ୍ଗ ଜନଜାତିର ପିଲାମାନେ କୁପୋଷଣର ଶିକାର ହୋଇଥାନ୍ତି। ତଥ୍ୟ ଅନୁସାରେ, ଏଠାରେ ପ୍ରାୟ ୬୦୦ ପିଲା କୁପୋଷଣର ଶିକାର ହୋଇଛନ୍ତି। ଏଥିରେ ୬ରୁ ୯ ବର୍ଷ ଛୋଟ ପିଲା ଓ ୧୦ରୁ ୧୯ବର୍ଷ ପର୍ଯ୍ୟନ୍ତ ତରୁଣ ରହିଥିବା ଜଣାପଡ଼ିଛି। କୁପୋଷଣର ମୁକାବିଲା ପାଇଁ କନ୍ଦମୂଳ ଚାଷ ସହାୟକ ହେବା ସହ ଏଠାକାର ଜୁଆଙ୍ଗମାନଙ୍କୁ ମଧ୍ୟ ସ୍ବାବଲମ୍ବୀ କରିପାରିବ ବୋଲି କୁହାଯାଉଛି। ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା କନ୍ଦମୂଳ ଚାଷ ସଫଳ ହେବା ପରେ ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଚାଷ କରାଯିବ ବୋଲି ଜିଲ୍ଲାପାଳ ବିଶାଲ ସିଂହ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ