ଗଜପତିରେ କଙ୍ଗାରୁ କୋର୍ଟ:ମା, ବାପା ଓ ପୁଅଙ୍କୁ ନିସ୍ତୁକ ମାଡ଼
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପାରିବାରିକ କଳହ କାରଣରୁ ଗାଁରେ କଙ୍ଗାରୁ କୋର୍ଟ ଆୟୋଜିତ ହେଲା. ଏହି କୋୖର୍ଟର ଆଦେଶ ଅନୁଯାୟୀ ନିସ୍ତୁକ ମାଡ଼ ମାରିବା ସହ ୭ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇ 2 ଲକ୍ଷ 50 ହଜାର 501 ଟଙ୍କା ଅର୍ଥ ଦଣ୍ଡ ଆଦାୟ ସହ ବଳକା ଟଙ୍କା ସେପ୍ଟେମ୍ବର 1 ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଲିଖିତ ବଣ୍ଡ ନେବା ଭଳି ଏକ ଅଭାବନୀୟ ଉଦବେଗଜନିତ ଘଟଣାର ସୂଚନା ମିଳିଛି. ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା କୁଟୁଣୀଗଣ୍ଡା ଗ୍ରାମରେ। ୨୦୨୪ ମସିହାରେ ତୁରାଣୀପାଣି ଗ୍ରାମର ହେବଲ ଶବରଙ୍କ ସହ କୁଟୁଣୀଗଣ୍ଡା ଗ୍ରାମର ପ୍ରିୟଙ୍କା ରଇତଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ପାରିବାରିକ କଳହକୁ ନେଇ ପ୍ରିୟଙ୍କା ତାଙ୍କ ବାପା ଘରେ ଅଧିକା ସମୟ ରହି ଆସୁଥିଲେ। ଯାହା ଫଳରେ ସ୍ୱାମୀ ହେବଲ ବାରମ୍ବାର ସ୍ତ୍ରୀଙ୍କୁ ଡାକିବା ପାଇଁ ଯାଇଥିଲେ ମଧ୍ୟ ସେ ଆସୁନଥିଲେ। ଯାହାକୁ ନେଇ ତୁରାଣୀପାଣି ଓ କୁଟୁଣୀଗଣ୍ଡା ଗ୍ରାମରେ ଦୁଇ ଗ୍ରାମର ଭଦ୍ର ଲୋକେ ଓ ପରିବାର ଲୋକଙ୍କ ମଧ୍ୟରେ ଚଳିତ ମାସ ୨୧ ତାରିଖରେ କଙ୍ଗାରୁ କୋର୍ଟର ଆୟୋଜନ କରାଯାଇଥିଲା। ସେଥିରେ ହେବଲ ଶବରଙ୍କୁ ମାଡ଼ ଦିଆଯିବା ସହ ୭ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଥିଲା. ଯଦି ନ ଦିଅନ୍ତି ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦିଆଯାଇଥିଲା। ହେଲେ ହେବଲ କୌଣସି ରାସ୍ତା ନ ପାଇ ବହୁ କଷ୍ଟରେ କିଛି ସମୟ ମଧରେ ଦୁଇ ଲକ୍ଷ ପାଞ୍ଚ ହଜାର ପାଞ୍ଚ ଶହ ଏକାବନ ଟଙ୍କା କଙ୍ଗାରୁ କୋର୍ଟରେ ଜମା ଦେଇଥିଲେ। ଗ୍ରାମରେ ଆୟୋଜିତ କୋୖର୍ଟରେ ହେବଲଙ୍କ ସହ ବାପା ଓ ମାଙ୍କୁ ମାଡ଼ ଦିଆଯାଇଥିଲା. ଆଗାମୀ ସେପ୍ଟେମ୍ବର ଏକ ତାରିଖ ସୁଦ୍ଧା ବକେୟା ଟଙ୍କା ଦେବା ପାଇଁ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ କଙ୍ଗାରୁ କୋର୍ଟରେ ନିଷ୍ପତି ଅନୁଯାୟୀ ହେବଲ ରାଜି ହୋଇଥିଲେ. ଯାହା ଫଳରେ ହେବଲ ଓ ତାଙ୍କ ବାପା, ମାଙ୍କୁ କଙ୍ଗାରୁ କୋୖର୍ଟର ଆଦେଶ ଅନୁଯାୟୀ ସେଠାରୁ ମୁକ୍ତ କରାଯାଇଥିଲା. ଏହି ଘଟଣାଟି ସମ୍ପୃକ୍ତ ଅଞ୍ଚଳରେ ପ୍ରଚାର ହେଲା ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇବା ସହ ଅସନ୍ତୋଷ ପ୍ରକାଶ ପାଇଛି. ଜୋରଜବରଦସ୍ତି କଙ୍ଗାରୁ କୋୖର୍ଟ ଆୟୋଜନ କରି ମାଡ଼ ଦେବା ସହ ତାଗିଦ କରି ଟଙ୍କା ଆଦାୟ କରିବା ବିରୁଦ୍ଧରେ ହେବଲ ଓ ତାଙ୍କ ପରିବାରବର୍ଗଙ୍କ ଲିଖିତ ଅଭିଯୋଗରେ ଗଜପତି ଜିଲ୍ଲାର ଅଡବା ଥାନାରେ ଏକ ମକଦ୍ଦମା ରୁଜୁ ହୋଇ ତଦନ୍ତ ଜାରି ରହିଛି।