ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଡାକ୍ତରୀ ପରୀକ୍ଷଣ ଓ ସହାୟକ ଉପକରଣ ଚିହ୍ନଟି କରଣ ଶିବିର

ବୁଗୁଡା, (ଅନୀଲ କୁମାର ମହାରଣା) : ଜାତୀୟ ଶିକ୍ଷାନୀତି ୨୦୨୦ ର ପଞ୍ଚମ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ର ଅନ୍ତର୍ନିବେଶୀ ଶିକ୍ଷା ବିଭାଗ ପକ୍ଷରୁ ବୁଗୁଡ଼ା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ୦୪/୦୮/୨୫ ତାରିଖ, ସୋମବର ଦିନ ବୁଗୁଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ବୃନ୍ଦଙ୍କ ନିମନ୍ତେ ଏକ ଡାକ୍ତରୀ ପରୀକ୍ଷଣ ଓ ସହାୟକ ଉପକରଣ ଚିହ୍ନଟି କରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏବିଇଓ ଅମିତା କୁମାରୀ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ଦ୍ବୟ ଦିବ୍ୟାଙ୍ଗ ଶିଶୁମାନେ କିପରି ସହଜରେ ବିଦ୍ୟାଳୟକୁ ଆସି ପାରିବେ ଏବଂ ସମସ୍ତଙ୍କ ସହ ସମକକ୍ଷ ହୋଇପାରିବେ ସେ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୮୪ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିବା ବେଳେ ୮୩ ଜଣକୁ ସହାୟକ ଉପକରଣ ପ୍ରଦାନ କରିବା ପାଇଁ ତାଲିକା ଭୁକ୍ତ କରାଯାଇଥିଲା। ସେମାଙ୍କ ମଧ୍ୟରୁ ୧୪ ଜଣଙ୍କୁ ଚକଲଗା ଗାଡ଼ି, ୧୧ ଜଣଙ୍କୁ ରୋଲଟର, ୨୫ ଜଣଙ୍କୁ ଟିଏଲଏମ କିଟ୍, ୧୪ ଜଣଙ୍କୁ ଶ୍ରବଣ ଯନ୍ତ୍ର, ୧୦ ଜଣଙ୍କୁ ସିପି ଚେୟାର, ୨ ଜଣଙ୍କୁ ତିନି ଚକିଆ ସାଇକେଲ, ୬ ଜଣଙ୍କୁ ଆଶାବାଡୀ ଏବଂ ଏକ ଜଣଙ୍କୁ ବ୍ରେଲ୍ କିଟ ଦେବାପାଇଁ ଚିହ୍ନଟ କରାଯାଇଥିଲା। ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପରୀକ୍ଷଣ ପାଇଁ ଭୁବନେଶ୍ୱର ସ୍ଥିତ ଆଲିମ୍ କୋ ସଂସ୍ଥାର ଡାକ୍ତର ମନୋରଞ୍ଜନ ଓଝା, ଡାକ୍ତର ବେଦପ୍ରକାଶ ଓ ସାଇଟ ସେଭର ଇଣ୍ଡିଆ ର ଡାକ୍ତର ଶୁଭମ୍ ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପରୀକ୍ଷା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ତରଫରୁ ଆସିଥିବା ଏମ. ଡମ୍ବରୁ ଦୋରା, ହେମନ୍ତ କୁମାର ନନ୍ଦ, ବୁଗୁଡ଼ା ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ଓ ଶିକ୍ଷକ ସୋନାଲିନ ପଣ୍ଡା ଓ ସୁଶାନ୍ତ କୁମାର ଡାକୁଆ ପରିଚାଳନା କରିବା ସହ ସମସ୍ତ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ