ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଓ ବୃକ୍ଷରୋପଣ

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ଗ୍ରାମର ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ପବିତ୍ର ଭାଇ ଓ ଭଉଣୀର ସ୍ନେହ ମମତା ସମ୍ପର୍କ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପସଭାପତି ସନ୍ତୋଷ କୁମାର ପାତ୍ର, ସମ୍ପାଦକ ସନ୍ତୋଷ କୁମାର ମହାରଣା, କୋଷାଧ୍ୟକ୍ଷ କୁମୁଦ ଚନ୍ଦ୍ର ଦାସ ଯୋଦଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ସମସ୍ତ ଶିଶୁ ଭାଇଭଉଣୀମାନେ  ପରସ୍ପର ମଧ୍ୟରେ ପବିତ୍ର ହୃଦୟରେ ରକ୍ଷା ବନ୍ଧନ କରିଥିଲେ।  କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ଇକୋ କ୍ଲବ୍ ତରଫରୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଧରିତ୍ରୀ ମା’ଙ୍କ ଉଦ୍ଦେଶ୍ୟରେ  ଗୋଟାଏ ଲେଖାଏ ବୃକ୍ଷ ଶିକ୍ଷାନୁଷ୍ଠାନ ପରିସରରେ ରୋପଣ କରି ପରିବେଶ ସୁରକ୍ଷା ସକାଶେ ଭାଗିଦାରୀ ହୋଇଥିବାରୁ “ସହଯୋଗୀ” ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷାନୁଷ୍ଠାନର କୋମଳମତି ଛାତ୍ରଛାତ୍ରୀମାନଙ୍କ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ସମଗ୍ର ହାତୀଓଟ ପଞ୍ଚାୟତର ସଚେତନ ନାଗରିକମାନେ ଉଚ୍ଚ ପ୍ରଶ°ସା କରିଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ସମସ୍ତ ଗୁରୁମା, ମାଉସୀମା ଓ ବାହନ ପ୍ରମୁଖ ଭାଇମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ