କାଶୀପୁର ବ୍ଲକ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଶୂନ୍ୟ: ହୀନସ୍ତା ହେଉଛନ୍ତି ହିତାଧିକାରୀ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ): ବିନା ଅଧିକାରୀ ମଧ୍ୟରେ ଚାଲିଛି ବ୍ଲକ କାର୍ଯ୍ୟାଳୟ l ସେପଟେ ନାହିଁ ନ ଥିବା ହିନସ୍ଥା ର ଶିକାର ହେଉଛନ୍ତି ୨୪ ଗୋଟି ପଞ୍ଚାୟତ ର ଶତାଧିକ ହିତାଧିକାରୀ ତା ୨୯ /୧୨ ରିଖ ସମବାର ଦିନ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ବାର୍ଦ୍ଧକ୍ୟ ଭତା, ବିକଳାଙ୍ଗ ଭତା, ବିଧବା ଭତା ଭଳି ଭତା ଟଙ୍କା ପ୍ରାୟ ତିନିମାସ ଧରି ପାଇନଥିବା ଅଭିଯୋଗ ନେଇଁ ବ୍ଲକ ଅଧିକାରୀଙ୍କ ନିକଟକୁ ଆସିଥିବା ଜଣାପଡିଥିଲା। କିନ୍ତୁ ଅଭିଯୋଗ ଓ ଗୁହାରି ଶୁଣିବାକୁ କାଶୀପୁର ବ୍ଲକ କାର୍ଯ୍ୟାଳୟ ରେ କେବଳ କେଶ ରେକର୍ଡ କର୍ମଚାରୀ ଜଣକ ବ୍ୟତୀତ କୌଣସି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ନଥିବା ଦେଖିବାକୁ ମିଳିଛି।କର୍ମଚାରୀ ମାନେ ଏହି ଭଳି ଅନେକାଂଶ ରେ ଅନୁପସ୍ଥିତ ରହି ନିଜ କାର୍ଯ୍ୟ ରେ ଅବହେଳା କରୁଥିବା ଜାଣି ଏହାକୁ ଯେମିତି ରକା ଯାଇ ପାରିବ ଏହାର ଉପାୟରେ କାର୍ଯ୍ୟାଳୟରେ ନିୟମିତ ଉପସ୍ଥିତ ରହିବା ପାଇଁ ଉପସ୍ଥାନ ଯନ୍ତ୍ର ( ପୋଞ୍ଚିଙ୍ଗ ସିଷ୍ଟମ ) ଲଗାଯାଇଛି ହେଲେ କେଉଁ ଭଳି ଏହି ଯନ୍ତ୍ର ର ସଦୁପଯୋଗ ହେଉଥିବ ସହଜରେ ଅନୁମାନ କରିପାରୁଥିବେ , ଏହା ବର୍ତମାନ ସାଧାରଣ ରେ ବିସ୍ମୟ ସୃଷ୍ଟି କରିଅଛି । ଏହିପରି ଦେବାଳିଆ ସ୍ଥିତି ଦେଇ ଗତି କରୁଥିବା କାଶୀପୁର ବ୍ଲକ କାର୍ଯ୍ୟାଳୟ ରେ ଉନ୍ନୟନ ମୂଳକ କାର୍ଯ୍ୟ ଗେଣ୍ଡା ଗତିରେ ଚାଲିଛି। ଉନ୍ନତି ମୂଳକ ଓ ସରକାରୀ ସୁବିଧାରୁ ବଞ୍ଚିତ ଭଳି ସାଧାରଣ ଲୋକଙ୍କ କାର୍ଯ୍ୟ ହେଉ ନ ଥିବା ବୁଦ୍ଧିଜୀବୀ ମାହୋଲରେ ସମାଲୋଚନା କରାଯାଉଛି। ବାରମ୍ବାର ଏହି ଘଟଣା କୁ କେନ୍ଦ୍ର କରି ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଞ୍ଚଳ ବାସୀ ଅନେକ ଲିଖିତ ଅଭିଯୋଗ କରି ଆସିଛନ୍ତି। ଅଧିକାରୀ ଓ କର୍ମଚାରୀ ଙ୍କ ଅନୁପସ୍ଥିତ ଘଟଣା କୁ ବିଭିନ୍ନ ରାଜନେତା ସ୍ତରରୁ ମଧ୍ୟ ରାୟଗଡା ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଉପରେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଲୋକେ ପ୍ରକାଶ କରୁଛନ୍ତି। କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରଶାସନିକ ବିଭାଗ ରେ ଅଧିକାରୀ ସମେତ କର୍ମଚାରୀ ଙ୍କର ଅଭାବୀ ମରୁଡି l ଜିଲ୍ଲା ମଧ୍ୟରେ କାଶୀପୁର ଏକ ବଡ଼ ବ୍ଲକ ଭାବେ ବିବେଚିତ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ର ଆନ୍ତରିକ ର ଅଭାବ ଲାଗିରହିଥାଏ l ଯାହା ବର୍ଷ ଧରି ବର୍ଷ ଏଭଳି ଅବ୍ୟବସ୍ତା ଚାଲି ଆସୁଥିଲେ ମଧ୍ୟ ନେତୃବୃନ୍ଦ ହେଉକି ପ୍ରଶାସନ ର ଉଚ୍ଚ ଅଧିକାରୀ ଙ୍କ ମନ ପରିବର୍ତନ ହେଉଥିବା ଦେଖିବାକୁ ମିଳୁନାହିଁ l


